ଅକ୍ଷୟ କୁମାରଙ୍କ ଖୁଲାସା : ଏଇ ତାରିଖରେ ରିଲିଜ୍‌ ହେଉଛି ‘୨.୦’ର ଟ୍ରେଲର

ମୁମ୍ବାଇ: ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘୨.୦’ ରିଲିଜ୍‌ ହେବା ପୂର୍ବରୁ ଏହାର ଟ୍ରେଲର କେବେ ରିଲିଜ୍‌ ହେବ ତାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସୁପରଷ୍ଟାର୍‌ ଅକ୍ଷୟ କୁମାର ନିଜର ଟ୍ଵିଟରରେ ଏହାର ଟ୍ରେଲର କେବେ ରିଲିଜ୍‌ ହେବ ତାହା ସ୍ପଷ୍ଟ କରିଛନ୍ତି।

ହଁ ଅକ୍ଷୟ ସୂଚନା ଦେଇଛନ୍ତି ଯେ ‘୨.୦’ର ଟ୍ରେଲର ନଭେମ୍ବର ୩ ତାରିଖରେ ରିଲିଜ୍‌ ହେବ। ଏହା ରିଲିଜ୍‌ ହେବାମାତ୍ରେ ସିନେମା ସଂପର୍କୀତ ଆହୁରି କେତେକ କଥା ପଦାକୁ ଆସିବ ବୋଲି ଆଶା କରାଯାଉଛି। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼୍‍ରୋଲ୍‌ରେ ଅଛନ୍ତି।ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ।

 

ଏହାର ନିର୍ଦ୍ଦେଶକ ହେଲେ ଏସ୍‌ ଶଙ୍କର ଏବଂ ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି।ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା। ଏ ଦୃଷ୍ଟିରୁ ‘୨.୦’ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର