ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ଉପରେ ଏଭଳି ବୟାନ ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସହରରେ ଆ‌ନ୍ଦୋଳନ ଜାରି ରହିଛି। କିଛି ଏହାକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଏହାକୁ ବିରୋଧ କରୁଛନ୍ତି। ଯାହା ଦ୍ବାରା ଅନେକ ସ୍ଥାନରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଦେଶରେ ଏଭଳି ଅଶାନ୍ତ ବାତାବରଣ ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର।

ତାଙ୍କ କହିବା ମୁତାବକ, ମୋତେ ହିଂସା ପସନ୍ଦ ନୁହେଁ। ଯାହା ବି ହୋଇଯାଉ, ହିଂସା କରିବା ଆଦୌ ଉଚିତ୍ ନୁହେଁ। ଦେଶର ସମ୍ପତ୍ତିକୁ ନଷ୍ଟ ନ କରି ହିଂସାଠାରୁ ଦୂରରେ ରୁହନ୍ତୁ। ପରସ୍ପରକୁ କିଛି କହିବାକୁ ଚାହୁଁଥିଲେ ସକରାତ୍ମକ ଭାବରେ ମଧ୍ୟ ଆପଣ ନିଜ କଥା ରଖି ପାରିବେ। ସେଥିପାଇଁ ଏଭଳି ଆନ୍ଦୋଳନ ଓ ହିଂସା କରିବାର କୌଣସି ଆବଶ୍ୟକତା ନାହିଁ। ତାଙ୍କର ଏଭଳି ବୟାନକୁ ତାଙ୍କ ପ୍ରଶଂସକମାନେ ସମର୍ଥନ କରିଥିବା ଦେଖାଯାଇଛି।

Image result for akshay-kumar
India Today

ଅକ୍ଷୟଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ତାଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ ନିଉଜ୍’ ଏବେ ରିଲିଜ୍ ହୋଇଛି। ଯାହା ବକ୍ସ ଅଫିସରେ  ଦର୍ଶକଙ୍କ ମନ କିଣିବା ଆରମ୍ଭ କରିଛି। ‘ଗୁଡ୍ ନିଉଜ୍’ ପରେ ଏବେ ସେ ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ବ୍ୟସ୍ତ ଥିବା ଜଣା ପଡ଼ିଛି। ଯାହାର ଟିଜର ମଧ୍ୟ ସାମ୍ନାକୁ ଆସି ସାରିଛି।

ସମ୍ବନ୍ଧିତ ଖବର