ପ୍ରୟାଗରାଜ: ମହାକୁମ୍ଭରେ ସାମିଲ ହେଲେ ଅକ୍ଷୟ କୁମାର । ପ୍ରୟାଗରାଜ ଯାଇ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର । ଏକ ଧଳା ପୋଷାକରେ ନଜର ଆସିଥିଲେ ଅକ୍ଷୟ । ସଙ୍ଗମ ସ୍ଥଳକୁ ଚାଲିଚାଲି ଯାଇ ସେ ପବିତ୍ର ସ୍ନାନ କରିଥିଲେ ।

Advertisment

ମହାକୁମ୍ଭରେ ବୁଡ ପକାଇବା ପରେ ହାତ ଯୋଡି ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ତାସହ ଏତେ ସୁନ୍ଦର ବ୍ୟବସ୍ଥା ପାଇଁ ଯୋଗୀ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ୨୦୧୯ରେ ଲୋକେ କୁମ୍ଭମେଳାକୁ ଆସିବାକୁ ଟିକେ କଷ୍ଟ କରୁଥିଲେ ହେଲେ ଏଥର ବଡ ବଡ ଲୋକମାନେ ଆସିଛନ୍ତି । 

ତେବେ ଆଗକୁ ମହାଶିବରାତ୍ରୀ ଥିବାରୁ ମହାକୁମ୍ଭରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଲୋକେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଛନ୍ତି । ନେତା, ଅଭିନେତା, ଖେଳାଳୀ, ଶିଳ୍ପପତି, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମହାକୁମ୍ଭରେ ବୁଡ ପକାଉଥିବା ଦେଖିବାକୁ ମିଳିଛି ।