ଫୋର୍ବସ୍ ପତ୍ରିକା ଜାରି କଲା ୧୦୦ ସେଲିବ୍ରିଟିଙ୍କ ତାଲିକା : ସଲମାନଙ୍କୁ ପଛରେ ପକାଇଲେ ଅକ୍ଷୟ, ଜାଣନ୍ତୁ ପ୍ରଥମ ସ୍ଥାନର ଅଛନ୍ତି ଭାରତର କେଉଁ ସେଲିବ୍ରିଟି?

ନୂଆଦିଲ୍ଲୀ: ପ୍ରତିଷ୍ଠିତ ପତ୍ରିକା ଫୋର୍ବସ୍ ଏବେ ଟପ୍-୧୦୦ସେଲିବ୍ରିଟି ସୂଚୀ ଜାରି କରିଛି। ଏହି ସୂଚୀରେ ଆୟ କ୍ଷେତ୍ରରେ ଅଭିନେତା ସଲମାନ ଖାନଙ୍କୁ ପଛରେ ପକାଇଛନ୍ତି ଅଭିନେତା ଅକ୍ଷୟ କୁମାର। ୨୦୧୯ରେ ଲଗାତାର ୩ଟି ସୁପରହିଟ୍ ଫିଲ୍ମ ଦେଇ ସେ ଟପ୍-୧୦୦ସେଲିବ୍ରିଟି ସୂଚୀରେ ଦ୍ବିତୀୟ ସ୍ଥାନ ଗ୍ରହଣ କରିଛନ୍ତି। ଗତ ବର୍ଷ ସଲମାନ ଏହି ସୂଚୀରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ସେ ତୃତୀୟ ସ୍ଥାନରେ ରହିଛନ୍ତି।

ତେବେ ଏହି ସୂଚୀରେ ପ୍ରଥମ ସ୍ଥାନ ଗ୍ରହଣ କରି ସମସ୍ତଙ୍କୁ ଚମକାଇଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ। ସୂଚନା ମୁତାବକ, ଏହି ସୂଚୀ କୌଣସି ବି ସେଲିବ୍ରିଟିଙ୍କ ପେସାଦାର ଜୀବନ, ସେମାନଙ୍କ ସୋସିଆଲ ମିଡିଆ ବ୍ରାଣ୍ଡିଙ୍ଗ୍ ଓ ଇଣ୍ଡଷ୍ଟ୍ରିରେ ସେମାନଙ୍କ ସଫଳତାକୁ ଦେଖି ତିଆରି କରାଯାଇଥାଏ। ୨୦୧୯ରେ ଏହି ସୂଚୀରେ ସମସ୍ତଙ୍କୁ ପଛରେ ପକାଇ ୨୫୨.୭୨କୋଟି ଟଙ୍କା ଆୟ କରି ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ବିରାଟ। ସେହିଭଳି ଭାବରେ ଅକ୍ଷୟ କୁମ‌ାର ୨୯୩.୨୫କୋଟି ଟଙ୍କା ଆୟ କରି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସଲମାନ ଖାନ୍ ୨୨୯.୨୫କୋଟି ଟଙ୍କା ଆୟ କରି ପ୍ରଥମରୁ ତୃତୀୟ ସ୍ଥାନକୁ ଖସିଛନ୍ତି।

Image result for virat kohli
Essentially Sports

ଅକ୍ଷୟଙ୍କଠାରୁ ବିରାଟଙ୍କ ଆୟ କମ ଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତାକୁ ଦେଖି ଏହି ସୂଚୀରେ ତାଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି। ସେହିଭଳି ଭାବେ ବିଗ୍ ବି ଗତବର୍ଷ ସପ୍ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୨୩୯.୨୫କୋଟି ଟଙ୍କା ଆୟ କରି ସେ ଚତୁର୍ଥ ସ୍ଥାନକୁ ଆସିଛନ୍ତି। ଅଭିନେତା ଶାହାରୁଖ୍ ଖାନଙ୍କ କଥା କହିବାକୁ ଗଲେ ଫିଲ୍ମ ‘ଜିରୋ’ ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସି ନ ଥିଲେ। ତେବେ କୌଣସି ଫିଲ୍ମରେ ନଜର ନ ଆସି ମଧ୍ୟ ‌ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କର ବାର୍ଷିକ ଆୟ ରହିଛି ୧୨୪.୩୮କୋଟି ଟଙ୍କା। ସେହିଭଳି ଭାବେ ରଣବୀର ସିଂହ ୧୧୮.୨କୋଟି ଟଙ୍କା ଆୟ କରି ସପ୍ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର