୫୨ ବର୍ଷ ବୟସରେ ବି ୨୫ ବର୍ଷର ଯୁବକ ପରି ଫିଟ୍‌ ଦିଶନ୍ତି ଖିଲାଡି ବୟ, ଜାଣନ୍ତୁ ଫିଟ୍‌ନେସ୍‌ର ରାଜ୍‌ କ’ଣ!

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାରଙ୍କ ବୟସ ୫୨। ଆପଣଙ୍କୁ ବିଶ୍ୱାସ ହେଉଛି? ୧୯୬୭ ମସିହା ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଲାଭ କରିଥିବା ଏହି ଅଭିନେତା ଆଜି ବି ଜଣେ ୨୫ ବର୍ଷିଅ ଯୁବକ ପରି ଦିଶନ୍ତି। ଆଜି ଅକ୍ଷୟଙ୍କ ଜନ୍ମଦିନ। ତେବେ, ଚାଲନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ୍‌ ଫିଟ୍‌ନେସର ରାଜ୍‌।

ଜାଣିବାକୁ ମିଳିଛି ଯେ ଅକ୍ଷୟ ପ୍ରତିଦିନ ଭୋର୍‌ ୪ଟାରୁ ଉଠନ୍ତି। ସୁଟିଂକୁ ସଂଧ୍ୟା ୫ଟା ଭିତରେ ଘରେ ପହଞ୍ଚି ଯାଆନ୍ତି, ଫଳରେ ୯ଟା ବେଳର ତାଙ୍କ ଶୋଇବା ସମୟ ଆଉ ବିଳମ୍ବ ନ ହୋଇଯାଉ।

ଅକ୍ଷୟଙ୍କ ଫିଟ୍‌ନେସକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ରଖିଛନ୍ତି। କେହି  କେହି କହିଥାନ୍ତି ଅକ୍ଷୟଙ୍କ ଅନୁଶାସନ ହିଁ ତାଙ୍କ ଫିଟ୍‌ନେସ୍‌ର ରାଜ। ଆଉ କେହି ଶ୍ରେୟ ଦିଅନ୍ତି ତାଙ୍କ ଶୃଙ୍ଖଳାବୋଧକୁ ।

 

ଅକ୍ଷୟଙ୍କ ଜୀବନ ଶୈଳୀ ଢେର୍‌ ପ୍ରେରଣାଦାୟକ। କେବଳ ଶୋଇବା ନୁହେଁ ସେ ତାଙ୍କ ଖାଇବା-ପିଇବା ଉପରେ ବି ବେଶ୍‌ ଧ୍ୟାନ ଦେଇଥାନ୍ତି। ଅକ୍ଷୟ ୨୦-୨୫ ବର୍ଷ ତଳେ ଯେତିକି ଫିଟ୍‌ ଥିଲେ ଆଜି ବି ସେତିକି ଫିଟ୍‌ ଅଛନ୍ତି, ସେ ଯେତେ ବ୍ୟସ୍ତ ରହିଲେ ବି ଦିନଟିଏ ବ୍ୟାୟାମ କରିବା ଛାଡ଼ନ୍ତି ନାହିଁ।

ଏପରିକି ସେ ପିଲାଟି ଦିନରୁ ଯାହା କରନ୍ତି ଏବେ ପର୍ଯ୍ୟନ୍ତ ବି ତାହାକୁ ବଜାୟ ରଖିଛନ୍ତି। ପାଠ ପଢ଼ିଲା ବେଳେ ମାର୍ସାଲ ଆର୍ଟ ଶିଖୁଥିଲେ। ଫିଲ୍ମ ଦୁନିଆରେ ପାଦ ଦେବା ପରେ ବି ତାହା ସେ ଛାଡ଼ି ନାହାନ୍ତି। ଏବେ ବି ପ୍ରାକ୍ଟିସ୍‌ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର