ଭାରତୀୟ ନାଗରିକତା ମିଳିବା ପରେ ପ୍ରଥମ କରି ଭୋଟ୍ ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଭାରତୀୟ ନାଗରିକତା ମିଳିବା ପରେ ପ୍ରଥମ କରି ଭୋଟ୍ ଦେଲେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର। ତାଙ୍କ ପାଖରେ କାନାଡାର ନାଗରିକତା ଥିବା ବେ‌ଳେ ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଥିଲା। କିଛି ମାସ ତଳେ ଭାରତୀୟ ନାଗରିକତା ମିଳିବାରୁ ଆଜି ନିଜର ମତଦାନ କରିଛନ୍ତି ଅକ୍ଷୟ କୁମାର। ପୋଲିଂ ବୁଥରେ ପ୍ରଥମେ ପହଞ୍ଚି ସେ ପ୍ରଥମ ଭୋଟ ଦେଇଥିବା ଜଣାପଡ଼ିଛି।

ମତଦାନ ପରେ ଅକ୍ଷୟ କହିଛନ୍ତି ଯେ, “ମୁଁ ଚାହୁଁଛି ମୋର ଭାରତ ବିକଶିତ ଏବଂ ଶକ୍ତିଶାଳୀ ହେଉ। ଏହାକୁ ଧ୍ୟାନରେ ରଖି ମୁଁ ଭୋଟ୍ ଦେଇଛି। ପ୍ରତ୍ୟେକ ବ୍ୟକ୍ତି ଦେଶକୁ ଆଗକୁ ନେବା ପାଇଁ ଭୋଟ୍ ଦେବା ଉଚିତ୍। ମୁଁ ଭାବୁଛି ଭୋଟ୍ ପ୍ରତିଶତ ଭଲ ହେବ।”

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଅକ୍ଷୟଙ୍କୁ ଭାରତୀୟ ନାଗରିକତା ମିଳିଥିଲ‌ା। ଅକ୍ଷୟ କୁମାରଙ୍କୁ ‘କାନାଡା କୁମାର’ ବୋଲି କହି ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା ଏବଂ ସେ ଭାରତରେ ଟିକସ ଦେଉଥିବା ବେଳେ କାନାଡାର ନାଗରିକତ୍ୱ ପାଇଥିଲେ। ଦୀର୍ଘ ଦିନ ଧରି ଅକ୍ଷୟ କୁମାର ଭାରତର ନାଗରିକତ୍ୱ ପାଇବାକୁ ଚେଷ୍ଟା କରୁଥିବା ବେଳେ ଗତବର୍ଷ ତାଙ୍କୁ ସଫଳତା ମିଳିଥିଲା।

ସମ୍ବନ୍ଧିତ ଖବର