ଅକ୍ଷୟ କୁମାର ଘର ପାଚେରୀ ଉପରେ ଚଢ଼ି କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଏପରି ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ଦ୍ଦେଶର ପାଳନ କରି ୨୦୨୦ ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ପୂରା ଦେଶ କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇଥିଲା। ଆଉ ଏହି ଧନ୍ୟବାଦର ମହାପର୍ବରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଗଗୁରୁ ରାମଦେବ ବାବା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ। ଏହି କ୍ରମରେ ଅଭିନେତା ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ଲୋକେ ଖୁବ୍‌ ପସନ୍ଦ ବି କରିଛନ୍ତି।

ଅକ୍ଷୟ କୁମାର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କର ପାଚେରୀରେ ଛିଡ଼ା ହୋଇ ତାଳି ବଜାଉ ଥିବା ଦେଖିବାକୁ ମିଳୁଛି। ଅକ୍ଷୟଙ୍କ ସହିତ ଅଭିନେତା ହ୍ରିତିକ୍‌ ରୋସନ୍‌ ଓ ସିନେମା ପ୍ରଯୋଜକ ସାଜିଦ ନାଡିୟାଡବାଲା ବି ତାଳି ବଜାଉଥିବା ଦୃଷ୍ଟିଗୋଚର ହେଉଛନ୍ତି। ସେହିପରି ଅକ୍ଷୟଙ୍କ ଘର ବାହାରେ ଅନେକ ପ୍ରଶଂସକଙ୍କ ଭିଡ଼ ଜମି ଥିବା ବି ଦେଖିବାକୁ ମିଳୁଛି।

 

Scroll.in

ଅକ୍ଷୟ ଏହି ଭିଡିଓ ସେୟାର କରି କ୍ୟାପସନ୍‌ ଲେଖିଛନ୍ତି, ସନ୍ଧ୍ୟା ୫ବାଜି ୫ମିନିଟ୍‌ରେ ପଡ଼ିଶାଘର ଲୋକଙ୍କ ସହିତ ବାହାରକୁ ବାହରି ଆସିଥିଲି। ଏବଂ କରୋନାଭାଇରସ୍‌ ସଂକ୍ରମଣ ସମୟରେ ଡାକ୍ତର, ପୁଲିସ, ସଫେଇ କର୍ମଚରୀ ଓ ଗଣମାଧ୍ୟମ କର୍ମୀ ଯେପରି ଭାବେ ନିଜର ସେବା ପ୍ରଦାନ କରିବାରେ ଲାଗିଛନ୍ତି ସେମାନଙ୍କ ପାଇଁ ତାଳି ବଜାଇ ନିଃସ୍ୱାର୍ଥ ଭାବେ ଧନ୍ୟବାଦ ଜଣାଉଛି।

କିଛିଦିନ ପୂର୍ବରୁ ଅକ୍ଷୟ କୁମାର ସୋସିଆଲ ମିଡିଆରେ ଲୋକମାନଙ୍କୁ କରୋନାଭାଇରସ୍‌ ସଂକ୍ରମଣ ନେଇ ସତର୍କ ଓ ସଚେତନ ରହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରା ଲାଗୁ କରାଯାଇଥିବା ଜନତା କର୍ଫୁର ପାଳନ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର