ବର୍ଷକୁ ଆୟ ୪୪୪କୋଟି, ସବୁଠାରୁ ଅଧିକ ଆୟ କରୁଥିବା ଭାରତୀୟ ଅଭିନେତା ବନିଲେ ଅକ୍ଷୟ କୁମାର

ମୁମ୍ବାଇ : ୨୦୧୯ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଭିନେତା ଅକ୍ଷୟ କୁମାର । ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ସୂଚୀ ଜାରି କରିଛି । ଏହି ସୂଚୀରେ କେବଳ ଭାରତୀୟ ଅଭିନେତା ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ସୂଚୀରେ ପ୍ରଥମ ନାଁ ଟେଲର ସ୍ୱିପ୍ଟଙ୍କ ଥିବା ବେଳେ ୩୫ ନମ୍ବରରେ ରହିଛନ୍ତି ଅକ୍ଷୟ କୁମାର । ଫୋର୍ବସ ପତ୍ରିକା ଅକ୍ଷୟକୁ ସବୁଠାରୁ ଅଧିକ ଆୟ କରୁଥିବା ଭାରତୀୟ ଅଭିନେତା ବୋଲି ଦର୍ଶାଇଛି ।

Hindustan Times

ପତ୍ରିକା ଅନୁଯାୟୀ, ଜୁନ୍‌ ୨୦୧୮-ଜୁନ୍‌ ୨୦୧୯ ମଧ୍ୟରେ ଅକ୍ଷୟ ୪୪୪କୋଟି ଟଙ୍କା ଆୟ କରିଛନ୍ତି । ୪୪୪କୋଟି ଟଙ୍କା ଆୟ କରି ସେ ଇଣ୍ଟରନ୍ୟାସନାଲ ଷ୍ଟାର ରିହାନା, ଜୈକି ଚ୍ୟାନ୍‌, ସ୍କାରଲେଟ ଜୋହାନସନ ଏବଂ ବ୍ରେଡ୍‌ଲୀ କୁପରଙ୍କୁ ପଛରେ ପକାଇ ଦେଇଛନ୍ତି । ପେଶାଦାର ଜୀବନକୁ ଦେଖିବାକୁ ଗଲେ ଅକ୍ଷୟ ଏବେ ମିଶନ ମଙ୍ଗଳକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ତାପସୀ ପନ୍ନୁ, ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ଶର୍ମନ ଯୋଶୀ ଏବଂ କ୍ରିତୀ କୁଲ୍ହାରୀ ନଜର ଆସିବେ ।

ସମ୍ବନ୍ଧିତ ଖବର