ମୁମ୍ବାଇ: କେନ୍ଦ୍ର ସରକାର ମଙ୍ଗଳବାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସଚେତନତାମୂଳକ ବିଜ୍ଞାପନ ଭିଡିଓକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଲକ୍‌ଡାଉନ୍‌ ପରେ କିପରି ପୂର୍ଣ୍ଣ ସଚେତନତାର ସହ କାମକୁ ଫେରିବା ଉଚିତ ‌ସେସଂପର୍କରେ କହୁଥିବାର ଶୁଣିବାକୁ ମିଳିଛନ୍ତି। ଭିଡିଓରେ ଅକ୍ଷୟ ଏକ ଧଳା ସାର୍ଟ ଉପରେ ନାଲି ଗାମୁଛା ପକାଇ ଥିବାର ନଜର ଆସିଛନ୍ତି।

Advertisment

ଏହି ଭିଡିଓଟି ଗତ ସପ୍ତାହରେ କମଲିସ୍ତାନ ଷ୍ଟୁଡିଓରେ ସୁଟ୍‌ କରାଯାଇଥିଲା। ଲକ୍‌ଡାଉନ୍‌ ପରେ ଏହା ଥିଲା ଅକ୍ଷୟଙ୍କ ପ୍ରଥମ ସୁଟିଂ। ଅକ୍ଷୟ ତାଙ୍କ ମୁହଁରେ ଫେସ୍‌ମାସ୍କ ପିନ୍ଧି ଥିବାର ବି ଦେଖିବାକୁ ମିଳିଛି। ଭିଡିଓଟିର ପ୍ରଚ୍ଛଦପଟ ଏକ ଗ୍ରାମାଞ୍ଚଳର ପରି ଦିଶୁଛି। ସେଥିରେ ଅକ୍ଷୟ କାମକୁ ବାହାରୁଥିବା ବେଳେ ଜଣେ ବ୍ୟକ୍ତି ଆସି ତାଙ୍କୁ ଅଟକାଉଛନ୍ତି। ସେ କରୋନାକୁ ଭୟ ନକରି କିପରି ବାହାରକୁ ଯାଉଛନ୍ତି ବୋଲି ବ୍ୟକ୍ତି ଜଣକ ପ୍ରଶ୍ନ କରିବାରୁ ଅକ୍ଷୟ ତାଙ୍କୁ କହୁଛନ୍ତି ଯେ ସେ ପ୍ରଥମରୁ କରୋନାକୁ ଭୟ କରୁଥିଲେ। ମାତ୍ର ସେ ଏବେ ବୁଝି ଗଲେଣି ଯେ ସମସ୍ତ ସଚେତନତାର ସହ ବାହାରକୁ ଗଲେ କୋଭିଡ୍‌ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ୍‌ କମ୍।

ସେ ସେଥିରେ କହୁଛନ୍ତି ମାସ୍କ ପିନ୍ଧିବା, ହ୍ୟାଣ୍ଡ୍‌ୱାସ୍‌ କରିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା କରୋନାକୁ ହରାଇବା ପାଇଁ ସବୁଠାରୁ ସହଜ ଉପାୟା। ଏହା ସହ ଅକ୍ଷୟ ସ୍ବାସ୍ଥ୍ୟକର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି ସେମାନେ ଯଦି ନିଜ ଜୀବନକୁ ବାଜି ଲକାଇ କାମ କରି ପାରୁଛନ୍ତି ତେବେ ଆମମାନଙ୍କର ମଧ୍ୟ କିଛି ଦାୟିତ୍ବ ରହିଛି।