ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ନିଜ ଫିଲ୍ମ ‘କେଶରୀ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଜଣେ ମିଲିଟାରି କମାଣ୍ଡର ଚରିତ୍ରରେ ନଜର ଆସୁଛନ୍ତି । ଫିଲ୍ମର ସୁଟିଂ ମହାରାଷ୍ଟ୍ରରେ ଚାଲୁଥିବା ବେଳେ ସୁଟିଂ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କୁ ଶୌଚାଳୟ ଯିବାରେ ଅସୁବିଧା ହେଉଥିବା କଥା ଜଣାପଡ଼ିଛି । ମହାରାଷ୍ଟ୍ରରେ ଭ୍ୟାନିଟି ଭ୍ୟାନ୍ କମ୍ପାନିର ଷ୍ଟ୍ରାଇକ୍ ହେତୁ ଏଭଳି ସମସ୍ୟା ଉପୁଜିଛି ବୋଲି ସୂଚନା ରହିଛି।
/sambad/media/post_attachments/wp-content/uploads/2018/12/AC7_f432-300x180.jpg)
ସୂଚନା ମୁତାବକ, ଭ୍ୟାନିଟି ଭ୍ୟାନ୍ ନଥିବାରୁ ଶୌଚାଳୟ ଯିବା ପାଇଁ ଅକ୍ଷୟ କୁମାରଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କରର ବିରୋଧ କରି ଭ୍ୟାନିଟି ଭ୍ୟାନ୍ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସୁଟିଂ ସମୟରେ ଏ ନେଇ ଅନେକ ଅସୁବିଧା ଦେଖା ଦେଉଛି । ଯାହା ପାଇଁ ଅକ୍ଷୟ କୁମାରଙ୍କୁ ପାଖରେ ଥିବା ଷ୍ଟୁଡିଓର ଶୌଚାଳୟକୁ ଯିବାକୁ ପଡୁଛି । ଏଭଳି ସମସ୍ୟାର ସାମ୍ନା କେବଳ ଅକ୍ଷୟ ନୁଅନ୍ତି, ଫିଲ୍ମର ଅନ୍ୟ କଳାକାର ଏବଂ କ୍ରିଉ ମେମ୍ବରଙ୍କୁ ବି କରିବାକୁ ପଡୁଥିବା ଜଣାପଡ଼ିଛି ।