ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସମ୍ରାଟ ପୃଥ୍ବୀରାଜ' ଆଜି ମୁକ୍ତିଲାଭ କରିଛି। ଫିଲ୍ମ ଦେଖିବା ପରେ ଲୋକମାନେ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଦର୍ଶକମାନେ ଫିଲ୍ମ ସହିତ ଜଡିତ କିଛି ସକାରାତ୍ମକ ଏବଂ ନକାରାତ୍ମକ ଜିନିଷ ପୋଷ୍ଟ କରିଥିବା ଦେଖାଯାଇଛି। ଯଦି ଆପଣ ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଏହି ପ୍ରତିକ୍ରିୟାଗୁଡ଼ିକ ଦେଖି ନିଷ୍ପତ୍ତି ନେଇପାରିବେ।
ତେବେ ରିଲିଜ୍ ପରେ କିଛି ଲୋକ ପୂରା ଫିଲ୍ମକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ମଧ୍ୟାନ୍ତର ପର୍ଯ୍ୟନ୍ତ ଫିଲ୍ମକୁ ପସନ୍ଦ କରୁଛନ୍ତି। କିଛି କହିଛନ୍ତି ଯେ,ଫ୍ଲପ ହେବ କହି ଥଟ୍ଟା କରୁଥିଲୁ, ହେଲେ ଫିଲ୍ମଟି ବ୍ଲକବଷ୍ଟର ହେବ। ଏହା ବ୍ୟତୀତ ଲୋକମାନେ ଫିଲ୍ମରେ କରାଯାଇଥିବା ଭିଏଫଏକ୍ସ କାମକୁ ପସନ୍ଦ କରୁଥିବା ବେଳେ ସୋନୁ ସୁଦଙ୍କ ଚରିତ୍ରକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି।
/sambad/media/post_attachments/71bae785af9fcc79e5ea572321989962f0a425c3676284cb0bd699309b8746b5.jpg)
'ସମ୍ରାଟ ପୃଥ୍ବୀରାଜ'ରୁ ବଲିଉଡରେ ଡେବ୍ୟୁ କରୁଥିବା ମାନୁଷୀ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣିପାରିନଥିଲେ ବି ତାଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।
ଗତକାଲି ଏହି ଫିଲ୍ମ ଦେଖିବା ପରେ ଏହାକୁ ଟିକସମୁକ୍ତ କରିଥିଲେ ୟୁପି ସରକାର। ଫିଲ୍ମ ଦେଖିବା ପରେ ‘ସମ୍ରାଟ ପୃଥ୍ବୀରାଜ’ ଓ ଖିଲାଡି କୁମାରଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପୃଥ୍ବୀରାଜଙ୍କ ଭୂମିକାରେ ନଜର ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୟ ମୋତେ ଅଧିକ ପ୍ରଭାବିତ କରିଛି । ଅକ୍ଷୟ କୁମାର ଭାରତର ଇତିହାସ ଉପରେ ଆଧାରିତ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ସେଥିପାଇଁ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଅଭିନନ୍ଦନ ଜଣାଉଛି । ଅନେକ ବର୍ଷ ପରେ ମୁଁ ଏକ ଏଭଳି ଫିଲ୍ମ ଦେଖିବାର ସୁଯୋଗ ପାଇଲି । ଏହି ଚଳଚ୍ଚିତ୍ରକୁ ଲୋକମାନେ ସେମାନଙ୍କ ପରିବାର ସହିତ ଦେଖିପାରିବେ । ଚଳଚ୍ଚିତ୍ର ଆମକୁ ପ୍ରେରଣା ଦେଇଥାଏ । ଏଥିରେ ଦର୍ଶାଯାଇଛି ଯେ ଅତୀତ ବିନା ବର୍ତ୍ତମାନ କିଛି ନୁହେଁ ।