ସେଟ୍‌ରେ ଆହତ ହେବା ପରେ ମଧ୍ୟ ସୁଟଂ ଜାରି ରଖିଛନ୍ତି ଅକ୍ଷୟ କୁମାର

30

ଅକ୍ଷୟ କୁମାର ଜଣେ ପରଫେକସନିଷ୍ଟ। ଖାଲି ସେତିକି ନୁହେଁ, ସେ କେବେ ହେଲେ ପ୍ରଯୋଜକଙ୍କୁ ହଇରାଣରେ ପକାଇବାକୁ ଚାହାନ୍ତି ନାହିଁ । ସୁପରଷ୍ଟାର ଅକ୍ଷୟ କୁମାର ବିଗତ କିଛି ଦିନ ହେବ ସାମାଜିକ ସଚେତନତାଧର୍ମୀ ସିନେମାରେ ଅଭିନୟ କରି ଚାଲିଛନ୍ତି । ଆଉ ସେସବୁ ଫିଲ୍ମ ବକ୍ସଅଫିସରେ ଭଲ ବିଜନେସ ବି କରିଛି।

ଅକ୍ଷୟ କୁମାରଙ୍କ ଅଭିନୀତ ‘ଜଲି ଏଲଏଲବି’ ହେଉ ବା ‘ଟଏଲେଟ ଏକ ପ୍ରେମ କଥା’ କିମ୍ବା ‘ପ୍ୟାଡ୍‌ମ୍ୟାନ’ ହେଉ ସବୁଥିରେ ରହିଛି ସାମାଜିକ ବାର୍ତ୍ତା । ତେବେ ସେ ଯା’ହେଉନା କାହିଁକି ସୁପରଷ୍ଟାର ଅକ୍ଷୟକୁମାର ଏବେ ତାଙ୍କ ନୂଆ ସିନେମା କେଶରୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ସୁଟିଂ ବେଳେ ଅକ୍ଷୟ ଆହତ ହୋଇଥିବାର ଖବର ମିଳିଛି। ଡାକ୍ତର ତାଙ୍କୁ ସଂପୂର୍ଣ୍ଣ ବିଶ୍ରାମ ନେବା ଲାଗି କହିଛନ୍ତିି। ଡ଼ାକ୍ତର ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ ହେଁ ତାକୁ ଗୁରୁତ୍ୱ ନଦେଇ ସୁଟିଂ ଜାରି ରଖିଛନ୍ତି ଖିଲାଡ଼ି କୁମାର ।

ABP News

ପ୍ରାପ୍ତ ସୂଚନା ଅନୁଯାୟୀ , ଅକ୍ଷୟ କୁମାର ମହାରାଷ୍ଟ୍ରର ସିତାରା ଜିଲ୍ଲାରେ ‘କେଶରୀ’ ଫିଲ୍ମର ସୁଟିଂକରୁଛନ୍ତି । ଫିଲ୍କର କ୍ଲାଇମାକ୍ସ ସିନ୍‌ ସୁଟ କରାଯାଉଥିବା ବେଳେ ଅକ୍ଷୟଙ୍କ ଅନେକ ଗୁଡ଼ାଏ ଷ୍ଟଣ୍ଟ ସିନ୍‌ ଦେବାକୁ ପଡ଼ିଥିଲା। ଏହି ସମୟରେ ସେ ଆହତ ହୋଇଥିଲେ । କିନ୍ତୁ ସେ ଏବେ ବି ସୁଟିଂ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର