ମୁମ୍ବାଇ: କପୁର ପରିବାରର ଅନେକ ସଦସ୍ୟ ବଲିଉଡକୁ ଆସି ଖ୍ୟାତି ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ କରିସ୍ମା କପୁର। କରିସ୍ମା କପୁର, କପୁର ପରିବାରରୁ ପ୍ରଥମ ଅଭିନେତ୍ରୀଭାବେ ବଲିଉଡରେ ପାଦ ଦେଇଥିଲେ। ନିଜର ସୌନ୍ଦର୍ଯ୍ୟ ଏବଂ ଦକ୍ଷତା ହେତୁ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ। କିନ୍ତୁ କରିସ୍ମାଙ୍କର ବଲିଉଡରେ ଅନେକ ଷ୍ଟାରଙ୍କ ସହ ବିବାଦ ମଧ୍ୟ ରହିଥିଲା। ଏପରି ଅନେକ ତାରକା ଥିଲେ, ଯେଉଁମାନଙ୍କ ସହ କରିସ୍ମା ଫିଲ୍ମ କରିବାକୁ ଚାହିନଥିଲେ। ସେ ମଧ୍ୟରୁ ଜଣେ ଥିଲେ ଅକ୍ଷୟ କୁମାର। ଦୁଇ ଦଶନ୍ଧି ହେଲାଣି ଏହି ଦୁଇ ତାରକାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି।
କୌଣସି ଗଡ଼ଫାଦର ନଥାଇ ବି ବଲିଉଡକୁ ଆସି ସୁପରଷ୍ଟାର ପାଲଟିଥିଲେ ଅକ୍ଷୟ କୁମାର। ସେ କରିସ୍ମାଙ୍କ ସହ ଫିଲ୍ମ 'ଦିଦାର'ରେ ଅଭିନୟ କରିଥିଲେ। ଅକ୍ଷୟ କୁମାର ବହୁତ ମେଳାପି ଥିବା ସହ ସୁଟିଂ ସେଟରେ ସମସ୍ତଙ୍କ ସହ ମିଶି ଯାଉଥିଲେ। 'ଦିଦାର' ସୁଟିଂ ସମୟରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏହି ଫିଲ୍ମର ନିର୍ଦ୍ଦେଶକ ପ୍ରମୋଦ ଚକ୍ରବର୍ତ୍ତୀ ମଧ୍ୟ ଅକ୍ଷୟଙ୍କ ଭଲ ବନ୍ଧୁ ହୋଇଯାଇଥିଲେ। କ୍ରୁରେ ଥିବା ଅନ୍ୟ ଲୋକମାନେ ମଧ୍ୟ ଅକ୍ଷୟଙ୍କୁ ପସନ୍ଦ କରୁଥିଲେ ଏବଂ ଏଥିପାଇଁ ଅକ୍ଷୟଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିଲା। କୁହାଯାଉଛି ଯେ, କରିସ୍ମା ଏହି ଜିନିଷକୁ ପସନ୍ଦ କରୁନଥିଲେ। କମ ଗୁରୁତ୍ବ ମିଳୁଥିବାରୁ କରିସ୍ମା, ଅକ୍ଷୟଙ୍କ ଉପରେ ରାଗିବା ଆରମ୍ଭ କରିଥିଲେ ଏବଂ ଅକ୍ଷୟଙ୍କୁ ନିର୍ଦ୍ଦେଶକଙ୍କ ଚମଚା ବୋଲି କହିଥିଲେ। ଏହା ପରେ କରିସ୍ମା, ଅକ୍ଷୟଙ୍କ ସହ ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଥିବା ସହ 'ସଂଘର୍ଷ' ଓ 'ହେରା ଫେରୀ' ଭଳି ସୁପରହିଟ୍ ଫିଲ୍ମ ହାତଛଡ଼ା କରିଥିଲେ।