ସାମ୍ନାକୁ ଆସିଲା ‘ଲକ୍ଷ୍ମୀ ବମ୍ବ’ର ପ୍ରଥମ ଝଲକ୍‌, ଚର୍ଚ୍ଚାରେ ଅକ୍ଷୟଙ୍କ ଲୁକ୍‌

ମୁମ୍ବାଇ : ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରିବାକୁ ପସନ୍ଦ କରିଥାନ୍ତି ଅଭିନେତା ଅକ୍ଷୟ କୁମାର । ଆଗାମୀ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ରିଲିଜ୍‌ ଅପେକ୍ଷାରେ ଥିବା ବେଳେ ଫିଲ୍ମ ଲକ୍ଷ୍ମୀ ବମ୍ବକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମରେ ସେ ଜଣେ ମହିଳାଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଫିଲ୍ମର ପ୍ରଥମେ ଲୁକ୍‌ ସାମ୍ନାକୁ ଆସିଛି । ନିଜ ଲୁକ୍‌କୁ ଟୁଇଟ୍‌ରରେ ସେୟାର କରିଛନ୍ତି ଅକ୍ଷୟ । ସେୟାର କରାଯାଇଥିବା ଫଟୋରେ ଅକ୍ଷୟ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ମା’ ଦୁର୍ଗାଙ୍କ ଆଗରେ ଠିଆ ହୋଇଥିବାର ଦେଖା ଯାଇଛି ।

ଫଟୋ ସେୟାର କରି ଅକ୍ଷୟ ଲେଖିଛନ୍ତି, ନବରାତ୍ରୀ ଭଳି ପବିତ୍ର ଦିନରେ ମୁଁ ଲକ୍ଷ୍ମୀ ଭାବରେ ନିଜର ଫଟୋ ସେୟାର କରୁଛି । ଏହା ଏକ ଏଭଳି ଚରିତ୍ର ଯାହା ପାଇଁ ମୋ ମନରେ ଉତ୍ସାହ ଓ ଡ଼ର ଉଭୟ ରହିଛି । କିନ୍ତୁ ଜୀବନ ସେତେବେଳେ ଆରମ୍ଭ ହୋଇଥାଏ, ଯେତେବେଳେ ଆପଣଙ୍କ ଆରାମଦାୟକ ଜୀବନ ଶେଷ ହୋଇଥାଏ, ନୁହେଁ କି? ବୋଲି ଲେଖିଛନ୍ତି ଅକ୍ଷୟ ।

ସମ୍ବନ୍ଧିତ ଖବର