‘ଭାରତ କେ ବୀର୍‌’ ଆପ୍‌ ଲଞ୍ଚ କରିବାକୁ ନେଇ ପଚରାଯିବା ପରେ ଅଭିନତା ଅକ୍ଷୟ କୁମାର କହିଲେ; ଏହା ସାହାଯ୍ୟ ନୁହେଁ, ଆମର କର୍ତ୍ତବ୍ୟ

ମୁମ୍ବାଇ: ୨୦୧୭ରେ ଦେଶ ପାଇଁ ସହିଦ୍‌ ହେଉଥିବା ଯବାନମାନଙ୍କ ପାଇଁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ‘ଭାରତ କେ ବୀର୍‌’ ନାମକ ଏକ ଆପ୍‌ ଲଞ୍ଚ୍‌ କରିଥିଲେ । ଗୃହ ମନ୍ତ୍ରାଳୟର ସାହାଯ୍ୟ ନେଇ ଅକ୍ଷୟ କୁମାର ଏହି ଆପ୍‌ ତିଆରି କରିଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଆପ୍‌ ସାହାଯ୍ୟରେ ୫୦୦-୫୫୦ ସହିଦ୍‌ ଯବାନଙ୍କ ପରିବାରକୁ ସାହାଯ୍ୟ ମିଳି ସାରିଥିବା ଜଣା ପଡ଼ିଛି । ‘ଦ କପିଲ ଶର୍ମା ସୋ’କୁ ଆସିଥିବା ବେଳେ ତାଙ୍କୁ ଏହି ଆପ୍‌କୁ ନେଇ ପ୍ରଶ୍ନ କରାଯାଇଥିଲା ।

boomboomlifestyle.com

ଯାହାର ଉତ୍ତରରେ ସେ, “ମୁଁ କହିବି କି ଆମେ ଆମର କର୍ତ୍ତବ୍ୟ କରୁଛେ । ଯେଉଁମାନେ ଦେଶ ପାଇଁ ସହିଦ୍‌ ହେଉଛନ୍ତି, ସେମାନଙ୍କ କ୍ଷତିକୁ ଆମେ କେବେ ହେଲେ ଭରଣ କରି ପାରିବା ନାହିଁ । ସରକାର ସହିଦ୍‌ମାନଙ୍କ ପରିବାରକୁ ଯାହା ଦେଉଛନ୍ତି ଠିକ୍‌ ଅଛି । କିନ୍ତୁ ଦେଶର ନାଗରିକ ହିସାବରେ ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । ଯାହା ପାଇଁ ଏହି ଆପ୍‌ ଲଞ୍ଚ କରିବାକୁ ମୁଁ ଚିନ୍ତା କରିଥିଲି । ଯାହାଦ୍ୱାରା ଦେଶର ନାଗରିକ ମାନେ ସହିଦ୍‌ମାନଙ୍କ ପରିବାରକୁ ସିଧାସଳଖ ଭାବରେ ଅର୍ଥ ଦାନ କରି ପାରିବେ । କୌଣସି ଏନ୍‌ଜିଓ ବା କୌଣସି ସରକାରଙ୍କ ସାହାଯ୍ୟ ନେବାକୁ ପଡ଼ିବ ନାହିଁ । ଏ ପର୍ଯ୍ୟନ୍ତ ଏହି ଆପ୍‌ ମାଧ୍ୟମରେ ୫୦୦-୫୫୦ଜଣ ସହିଦ୍‌ ପରିବାରକୁ ୧୫ଲକ୍ଷ ଟଙ୍କାର ଦାନ ଦିଆ ଯାଇ ସାରିଛି” ବୋଲି କହିଥିଲେ ଅକ୍ଷୟ କୁମାର ।

ସମ୍ବନ୍ଧିତ ଖବର