ଅଧିକ ପାରିଶ୍ରମିକ ନେଉଥିବା ୧୦୦ ସେଲିବ୍ରେଟିଙ୍କ ଭିତରେ ଅକ୍ଷୟ, ଫୋର୍ବସ ପ୍ରକାଶ କଲା ତାଲିକା

ମୁମ୍ବାଇ: ବିଶ୍ବର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ୧୦୦ ସେଲିବ୍ରେଟିମାନଙ୍କ ମଧ୍ୟରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ସ୍ଥାନ ଦେଇଛି ଫୋର୍ବସ ପତ୍ରିକା। ୨୦୧୯ ଜୁନ୍‌ ମାସରୁ ୨୦୨୦ ମେ ସୁଦ୍ଧା ଅକ୍ଷୟ ପ୍ରାୟ ୩୬୬ କୋଟି ଟଙ୍କା ରୋଜଗାର କରିଥିବା ଜାଣିବାକୁ ମିଳିଛି। ୧୦୦ ଜଣଙ୍କୁ ନେଇ କରାଯାଇଥିବା ତାଲିକାରେ ୫୨ତମ ସ୍ଥାନରେ ଅଛନ୍ତି ଅକ୍ଷୟ। ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ‌ କିଲି ଜେନର୍‌। ଏହି ସମୟ ଭିତରେ ସେ ପ୍ରାୟ ୪,୪୫୩ କୋଟି ଟଙ୍କା ରୋଜଗାର କରାଯାଇଥିବା ଆକଳନ କରାଯାଇଛି।

ଅକ୍ଷୟଙ୍କ ସ୍ଥ‌ାନ ଏବର୍ଷ ଟିକେ କମ୍‌ ହୋଇଛି। ପୂର୍ବ ବର୍ଷ ସେ ୩୩ତମ ସ୍ଥାନରେ ଥିବା ବେଳେ ଏ ବର୍ଷ ୫୨ତମ ସ୍ଥାନରେ ରହିଛନ୍ତି। ଫୋର୍ବସର ଏହି ଶ୍ରେଣୀରେ ସ୍ଥାନ ପାଇବାରେ ଅକ୍ଷୟ ହେଉଛନ୍ତି ଏକମାତ୍ର ଭାରତୀୟ ସେଲିବ୍ରେଟି। ୨୦୧୯ରେ କିନ୍ତୁ ଅକ୍ଷୟଙ୍କ ରୋଜଗାର ବେଶି ଥିବା ଆକଳନ ହୋଇଥିଲା। ଗତବର୍ଷ ୪୯୦ କୋଟି ରୋଜଗାର କରି ଅକ୍ଷୟ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଏବର୍ଷ କରୋନା କାରଣରୁ ରୋଜଗାର ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି।


Film Companion

ଆମେରିକାର ବହୁ ପରିଚିତ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଅକ୍ଷୟ ଡିଜିଟାଲ୍‌ ଡେବ୍ୟୁ କରିବା ପରେ ଫୋର୍ବସ ତାଙ୍କୁ ଏହି ତାଲିକାରେ ସାମିଲ୍‌ କରିଥିବା ଜାଣିବାକୁ ମିିଳିଛି। ଜାଣିବାକୁ ମିଳିଛି ଯେ ଆମାଜୋନ୍‌ଠାରୁ ଅକ୍ଷୟ ୭୫ କୋଟି ଟଙ୍କା ନେଇଛନ୍ତି।

ସମ୍ବନ୍ଧିତ ଖବର