ଅକ୍ଷୟ କୁମାରଙ୍କ ପୃଥୀରାଜକୁ ନେଇ ବିରୋଧ ପ୍ରଦର୍ଶନ, ଇତିହାସ ସହିତ ଏପରି ନକରିବାକୁ ଚେତାବନୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ଅନେକ ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ସିନେମା ହେଉଛି ‘ପୃଥୀରାଜ’। ଏହି ସିନେମାକୁ ନେଇ ଅନେକ ବିବାଦ ଦେଖାଦେଇଛି। ସିନେମାର ଯେତେବେଳେ ପୋଷ୍ଟର ରିଲିଜ ହୋଇଥିଲା ସେହି ସମୟରେ ଅକ୍ଷୟ କୁମାରଙ୍କ ଲୁକକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିଲେ। ଏବେ ସିନେମାକୁ ନେଇ ଅଜମେରରେ ବିରୋଧ ପ୍ରଦର୍ଶନ କରାଯାଇଛି। ପୃଥୀରାଜକୁ ନେଇ ବାଏକଟ କରାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅଜମେରରେ ସିନେମା ପୃଥୀରାଜକୁ ନେଇ ଗୁର୍ଜର ସମାଜ ଦ୍ବାରା ପ୍ରଦର୍ଶନ କରାଯାଉଛି। ଏହି ସମାଜର ଲୋକମାନେ ରାଲି ବାହାର କରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ।

ଅଖିଳ ଭାରତୀୟ ବୀର ଗୁର୍ଜର ସମାଜ ସୁଧାର ସମିତିର ଅଧ୍ୟକ୍ଷ ହରଚନ୍ଦଙ୍କ କହିବାନୁସାରେ, ଆଗାମୀ ଦିନ‌ରେ ସିନେମା ପୃଥୀରାଜ ରିଲିଜ ହେବାର ଅଛି। ଏହି ସିନେମାକୁ ନେଇ ଗୁର୍ଜର ସମାଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ଅକ୍ଷୟ କୁମାର କହିଛନ୍ତି, ସମାଜର ଦାବି କି ସିନେମା ପୃଥୀରାଜ ଟାଇଟଲ ବଦଲାଇ ସମ୍ମାନଜନକ ରଖାଯାଉ। ସିନେମାରେ କୌଣସି ସ୍ଥାନରେ ଇତିହାସ ତଥ୍ୟ ସହିତ ଖେଳା ଯାଇନାହିଁ। ଯାହା ସତ୍ୟ ତାହାକୁ ହିଁ ଦେଖାଯାଇଛି।

ସମ୍ବନ୍ଧିତ ଖବର