ମୁମ୍ବାଇ: ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ରକ୍ଷା ବନ୍ଧନ’ର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହି ଟ୍ରେଲର୍କୁ ଦେଖିବା ପରେ ପ୍ରଶଂସକମାନେ ଅକ୍ଷୟଙ୍କର ଭୂରି ଭୂରି ପ୍ରଶଂସା କରିବାରେ ଲାଗିଛନ୍ତି। ଚଳଚ୍ଚିତ୍ରଟି ଭାଇଭଉଣୀଙ୍କ ଅନାବିଳ ସ୍ନେହ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଅକ୍ଷୟ ତାଙ୍କ ଭଉଣୀମାନଙ୍କୁ ଖୁବ୍ ଭଲପାଉଛନ୍ତି। ଏପରିକି ଭଉଣୀମାନଙ୍କୁ ମାତ୍ରାଧିକ ଗୁରୁତ୍ବ ଦେଉଥିବା କାରଣରୁ ତାହାର ପ୍ରଭାବ ତାଙ୍କ ପ୍ରେମ ସଂପର୍କ ଉପରେ ପଡୁଛି ଓ ସେ ବିବାହ ବି କରିପାରୁନାହାନ୍ତି। ଏହି କାହାଣୀଟି ଅନେକ ଭାରତୀୟଙ୍କୁ ପସନ୍ଦ ଆସିଥିଲେ ବି କାହାଣୀଟିକୁ ନେଇ ଏକ ଅଭିଯୋଗ ଆସିଛି।
Togetherness is knowing each other’s secrets, happiness & hearts.
Togetherness is life. And what’s life without a family.
Come join this beautiful family. #RakshaBandhanTrailer out today at 5.40pm onhttps://t.co/QBn8GVwhzs#ReturnToFeelings#RakshaBandhan11Augustpic.twitter.com/8R2OHigfBX— Akshay Kumar (@akshaykumar) June 21, 2022
କେହି କେହି ଅଭିଯୋଗ କରିଛନ୍ତି ଯେ ଅକ୍ଷୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ମୌଳିକ ନୁହେଁ। ଏହା ପାକିସ୍ତାନୀ ଚଳଚ୍ଚିତ୍ର ‘ଲୋଡ୍ ୱେଡିଂ’ର କପି। ଏପରିକି କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ‘ଲୋଡ୍ ୱେଡିଂ’ ଓ ‘ରକ୍ଷା ବନ୍ଧନ’ ଚଳଚ୍ଚିତ୍ରର ଟ୍ରେଲର୍ ଓ ପୋଷ୍ଟ୍ରକୁ ତୁଳନା କରି ପୋଷ୍ଟ୍ କରିଛନ୍ତି ଓ ଅକ୍ଷୟଙ୍କ ଏହି ଚଳଚ୍ଚିତ୍ରଟି ଏକ କପି ଚଳଚ୍ଚିତ୍ର ବୋଲି ଅଭିଯୋଗ ଆଣିଛନ୍ତି।
ଏ ନେଇ କିଛି ପାକିସ୍ତାନୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଅକ୍ଷୟଙ୍କ ଏହି ‘ରକ୍ଷା ବନ୍ଧନ’ ଚଳଚ୍ଚିତ୍ରରେ ଭୂମି ପେଡ୍ନେକର୍, ସାଦିଆ ଖତିଜା, ଦୀପିକା ଖନ୍ନା, ସ୍ମୃତି ଶ୍ରୀକାନ୍ତ ଆଦି କଳାକାର ରହିଛନ୍ତି। ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରାୟ। ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ଏହି ଚଳଚ୍ଚିତ୍ରଟି ରିଲିଜ୍ ହେବାକୁ ସ୍ଥିର ହୋଇଛି।