ବ୍ୟାୟାମ ପାଇଁ ନୁହେଁ ଏହି କାରଣରୁ ଦୀର୍ଘ ବର୍ଷ ହେଲାଣି ସକାଳୁ ଉଠୁଛନ୍ତି ଅକ୍ଷୟ କୁମାର

ମୁୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ଏବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ରକ୍ଷା ବନ୍ଧନ ରିଲିଜ ହେବା ପୂର୍ବରୁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିିନୟ କରିଥିବା ଅଭିନେତା ଅକ୍ଷୟ କୁମାର ଫିଲ୍ମର ପ୍ରମୋସନ କରୁଥିବାର ନଜର ଆସିଥିଲେ। ଏହି ସମୟରେ ଜାତୀୟ ଗରମାଧ୍ୟମ ଏନଡିଟିଭି ସହିତ ଏକ ବିଶେଷ ବାର୍ତ୍ତାଳାପରେ ସେ ନିଜ ସହ ଜଡ଼ିତ ଅନେକ ମଜାଳିଆ ପ୍ରଶ୍ନର ଉତ୍ତର ଦେଇଥିଲେ। ଅକ୍ଷୟଙ୍କୁ ନେଇ ଅନେକ ଗୁଜବ ଥିବା ବେଳେ ଏହା ପଛର ସତ୍ୟତା ଜାଣିବା ପାଇଁ ଏନଡିଟିଭି ପକ୍ଷରୁ ଅଭିନେତତାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା।

ଗୁଜବ ମଧ୍ୟରୁ ଗୋଟିଏ ଥିଲା, ଦୀର୍ଘ ବର୍ଷ ହେଲାଣି ଅକ୍ଷୟ କୁମାର ସକାଳୁ ଉଠୁଛନ୍ତି, କାରଣ ସକାଳ ସମୟରେ ଟ୍ରାଫିକ କମ ରହିଥାଏ। ଏହି ଗୁଜବ ଶୁଣିବା ପରେ ଅକ୍ଷୟ କୁମାର ହସିବା ସହ ଏହା ସତ ବୋଲି କହିଥିଲେ। ଏହା ପରେ ନିଜ ପତ୍ନୀଙ୍କୁ ଡରୁଥିବା ନେଇ ଥିବା ଗୁଜବ ବିଷୟରେ  ପଚରାଯିବାରୁ ନିଶ୍ଚିତ ଭାବରେ ମୁଁ ମୋ ପତ୍ନୀଙ୍କୁ ଡରେ ବୋଲି କହିଥିଲେ ଅକ୍ଷୟ।

ଏହା ପୂର୍ବରୁ ଫିଲ୍ମର ପ୍ରମୋସନ ସମୟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଅକ୍ଷୟ କହିଥିଲେ ଯେ, ଏବେ ଦେଶରେ ସବୁ ଜିନିଷକୁ ବଏକଟ କରିବାର ଟ୍ରେଣ୍ଡ ଚାଲିଛି।‌ କେବେ ଫିଲ୍ମ ତ କେବେ କାହାର ଚ୍ୟାନେଲକୁ ବ୍ୟାନ୍ କରାଗଲାଣି। ଏସବୁ କ’ଣ? ଏହା ଏବେ ଏକ ଫ୍ୟାଶନ ହୋଇଗଲାଣି। ଏଭଳି ବ୍ୟାନ କଲେ କ୍ଷତି କାହାର ହେବ? ଦେଶର ହିଁ କ୍ଷତି ହେବ। ଫିଲ୍ମକୁ ହେଉ କି ଚ୍ୟାନେଲ କି କୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ହେଉ, ବ୍ୟାନ କରିବା ଦ୍ବାରା ଦେଶର ହିଁ କ୍ଷତି ହେବ। ଏସବୁ କରି କିଛି ଲାଭ ନାହିଁ। ହାତ ଯୋଡ଼ି କହୁଛି ଯେ, ଯାହା ଚାଲୁଛି ଚାଲିବାକୁ ଦିଅ। ଦେଶର ଅର୍ଥନୀତିକୁ ବନ୍ଦ ନକରିବା ଭଲ।

ସମ୍ବନ୍ଧିତ ଖବର