ଭଗବଦ୍‌ ଗୀତା ପଢ଼ିବା ପରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଜୀବନରେ ଆସିଛି ବଡ଼ ପରିବର୍ତ୍ତନ

ମୁମ୍ବାଇ : ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଗୋଲ୍‌ଡ଼’ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟେଲିଭିଜନ ଅଭିନେତ୍ରୀ ମୌନି ରଏ । ତେବେ ଫିଲ୍ମକୁ ନେଇ ଅକ୍ଷୟ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଗୀତା ପଢ଼ିବା ଅଭ୍ୟାସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଶନିବାର ଜଣାଶୁଣା ଲେଖକ ବିଜୟ ସିଗଲଙ୍କ ବହି ଭଗବଦ୍‌ ଗୀତା-ସେଇଙ୍ଗ ଇଟ୍‌ ଦ ସିମ୍ପଲ େଓ୍ଵକୁ ଲଞ୍ଚ କରିଥିଲେ । ଏହି ଲଞ୍ଚ ଇଭେଣ୍ଟରେ ସେ ନିଜ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆଣିଥିଲେ । ଭଗବଦ୍‌ ଗୀତା ପଢ଼ିବା ପରେ ତାଙ୍କ ଜୀବନ କେତେ ସରଳ ହୋଇ ପାରିଛି ସେ ବିଷୟରେ କହିଥିଲେ ଅକ୍ଷୟ ।

aajtak.intoday.in

ପ୍ରତିଦିନ ଭଗବଦ୍‌ ଗୀତା ପାଠ କରିବା ଦ୍ୱାରା ନିଜ ଜୀବନରେ ସେ ଅନେକ ପରିବର୍ତ୍ତନ ଦେଖି ପାରିଛନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ ‘ଭଗବଦ୍‌ ଗୀତା-ସେଇଙ୍ଗ ଇଟ୍‌ ଦ ସିମ୍ପଲ େଓ୍ଵ’ରେ ଭଗବଦ୍‌ ଗୀତାରେ ଥିବା ଶ୍ଲୋକ ଗୁଡ଼ିକୁ ହିନ୍ଦୀ ଏବଂ ଇଂରାଜୀରେ ଅନୁବାଦ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର