ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବୃତ୍ତିଗତ ଜୀବନ ଭଲରେ ଚାଲିନାହିଁ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ଲଗାତାର ଫ୍ଲପ୍ ହେବାରେ ଲାଗିଛି। ୨୦୨୨ପରଠାରୁ, ତାଙ୍କର କେବଳ ଗୋଟିଏ ଚଳଚ୍ଚିତ୍ର ହିଟ୍ ହୋଇଛି, ତାହା ହେଉଛି ଓଏମଜି-୨। ଏବେ ତାଙ୍କର ଫିଲ୍ମ ସରଫିରା ପ୍ରେକ୍ଷାଳୟରେ ଥିଲେ ବି ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିପାରୁନାହିଁ। ବାରମ୍ବାର ଫିଲ୍ମ ଫ୍ଲପ ହେଉଥିଲେ ବି ବର୍ଷକୁ ୪ଟି ଫିଲ୍ମ କରୁଥିବାରୁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ଏବେ ଏହାର ଉତ୍ତର ଦେଇ ଫ୍ଲପ ହେଲେ ବି ବର୍ଷକୁ ୪ଟି ଫିଲ୍ମ କରିବି ବୋଲି କହିଛନ୍ତି ଅକ୍ଷୟ।

Advertisment

ତାଙ୍କ କହିବା ମୁତାବକ, “କିଛି ଲୋକ ମୋତେ କହୁଛନ୍ତି ଯେ ମୁଁ ବର୍ଷକୁ ଚାରୋଟି ଚଳଚ୍ଚିତ୍ର କାହିଁକି କରୁଛି? ମୋତେ ବର୍ଷକୁ ଗୋଟାଏ ଫିଲ୍ମ କରିବା ଉଚିତ୍। ଯଦି ମୁଁ ବର୍ଷକୁ ଗୋଟାଏ ଫିଲ୍ମ କରିବି, ତେବେ ବାକି ଦିନ ମୁଁ କ’ଣ କରିବି? ତୁମ ଘରକୁ ଆସିବି କି? ପୁଅ, ମନେରଖ, ଭାଗ୍ୟବାନ ହେଲେ ସେମାନେ ଯେଉଁମାନେ କାମ ପାଆନ୍ତି। ପ୍ରତିଦିନ କେହି ନା କେହି କହନ୍ତି ବେରୋଜଗାରୀ ଚାଲିଛି। ଏଇଟା ଚାଲିଛି, ସେଇଟା ଚାଲିଛି। ଯାହାକୁ କାମ ମିଳୁଛି, ତାକୁ ତ କାମ କରିବାକୁ ଦିଅ।"