ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ ଅଭିନେତା ଅକ୍ଷୟ କୁମାର, କହିଲେ; ରାଜନୀତି ମୋର କାର୍ଯ୍ୟସୂଚୀରେ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି ଖବର ସାମ୍ନାକୁ ଆସିଥିଲା । ଯାହା ପରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅକ୍ଷୟ ପଞ୍ଜାବର ଅମ୍ରିତସର ଆସନ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସବୁ ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ଅକ୍ଷୟ କୁମାର ।

oneindia.com

ଏକ ସାକ୍ଷାତକାରରେ ତାଙ୍କୁ, ଆପଣଙ୍କ ରାଜନୀତିକୁ ଆସିବାର କିଛି ଯୋଜନା ରହିଛି କି ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, “ରାଜନୀତି ମୋର କାର୍ଯ୍ୟସୁଚୀରେ ଆସୁ ନାହିଁ । ମୋତେ ଲାଗୁଛି କି, ମୁଁ ମୋ ଫିଲ୍ମ ଜରିଆରେ ଯାହା କରି ପାରୁଛି, ତାହା ମୁଁ ରାଜନୀତି ମାଧ୍ୟମରେ କରି ପାରିବି ନାହିଁ” ବୋଲି କହିଥିଲେ ଅକ୍ଷୟ । ତାଙ୍କର ଏହି ଉତ୍ତର ପରେ ସେ ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି ।

ସମ୍ବନ୍ଧିତ ଖବର