ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରମାଣ ମାଗୁଥିବା ଲୋକମାନଙ୍କୁ ଏଭଳି ଜବାବ ଦେଇ ଚୁପ୍‌ କରାଇଲେ ଅକ୍ଷୟ କୁମାର

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ଭାରତ-ପାକ୍‌ର ନିୟନ୍ତ୍ରଣ ରେଖା ପାର୍‌ କରି ଜୈସ୍‌-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲେ । ଏହି ଆକ୍ରମଣରେ ୩୦୦ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିବା ପରେ କିଛି ଲୋକ ପ୍ରକୃତରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି କି ନାହିଁ  ତାହାର ପ୍ରମାଣ ମାଗିଥିଲେ । ମୋଦି ସରକାର ନିଜ ଶାସନରେ ଦୁଇ ଦୁଇଥର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପରେ ବିରୋଧୀ ଦଳମାନେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି । ଏ ସବୁକୁ ଦେଖି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

The Indian Express

ତାଙ୍କ କହିବା ଅନୁଯାୟୀ, “ଆମ ଯବାନମାନେ ସୀମାରେ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ସଂଘର୍ଷ କରିଥାନ୍ତି । ଆମ ପାଇଁ ନିଜ ଜୀବନ ହାରି ଥାନ୍ତି । କୌଣସି ବ୍ୟକ୍ତି ସେମାନଙ୍କ ବୀରତ୍ୱ ଉପରେ ପ୍ରଶ୍ନ ଉଠାଇବା ଆଦୌ ଠିକ୍‌ ନୁହେଁ । ଷ୍ଟ୍ରାଇକ୍‌ର ପ୍ରମାଣ ମାଗିବା ସମ୍ପୂର୍ଣ୍ଣ ଭୁଲ । ଆମ ଯବାନମାନେ ଆମକୁ ଶାନ୍ତିରେ ରହିବା ପାଇଁ ନିଜର ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବା ଛାଡ଼ି ଦେଇଥାନ୍ତି । ଆମେ ତାଙ୍କୁ ପ୍ରମାଣ କିଭଳି ମାଗି ପାରିବା?”

ସମ୍ବନ୍ଧିତ ଖବର