ଅକ୍ଷୟ କୁମାରଙ୍କ ଦେଶଭକ୍ତିକୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡ଼ା ଜବାବ ଦେଲେ କିରଣ ରିଜ୍ଜୁ: ଅକ୍ଷୟଙ୍କୁ ପ୍ରମାଣ ଦେବା ଦରକାର ନାହିଁ

ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍‌ ଦେଇ ନଥିବାରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସଫେଇ ଦେଇଥିଲେ ମଧ୍ୟ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ବନ୍ଦ କରୁ ନଥିବା ଦେଖା ଯାଇଛି । କିଛି ସପ୍ତାହ ଧରି ଏହି ବିଷୟକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଅକ୍ଷୟ କୁମାରଙ୍କୁ ସମର୍ଥନ କରିଥିବା ଦେଖା ଯାଇଛି ।

ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡ଼ା ଜବାବ ଦେଇ ସେ କହିଛନ୍ତି, କେହି ବି ଆପଣଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ । ଆପଣ ଆମର ସଶସ୍ତ୍ର ସେନାର ମନୋବଳ ବଢ଼ାଇବା ସହ ଭାରତ କେ ବୀର ଜରିଆରେ ସହିଦମାନଙ୍କ ପାଇଁ ପାଣ୍ଠି ଏକତ୍ରିତ କରିବାର ଯେଉଁ ବଡ଼ କାମ କରିଛନ୍ତି, ତାହା ସବୁ ଦେଶଭକ୍ତ ଭାରତୀୟଙ୍କ ପାଇଁ ଉଦାହାରଣ ବୋଲି  ଟୁଇଟ୍‌ କରିଥିଲେ କିରଣ ରିଜ୍ଜୁ ।  ସମର୍ଥନ ପାଇଁ ଅକ୍ଷୟ କୁମାର ତାଙ୍କୁ ଧନ୍ୟବାଦ ଜଣାଇଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର