ଏକାଧିକ ଫିଲ୍ମ ଫ୍ଲପ ହେବା ପରେ ଏବେ ପୋଷାକ ବିକିବେ ଅକ୍ଷୟ କୁମାର, ପ୍ରଥମ ଥର ଦେଖାଇଲେ ଘର

ମୁମ୍ବାଇ: ଅନେକ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ବିକିବେ ପୋଷାକ। ଏନେଇ ଇନଷ୍ଟ‌ାରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ବଲିଉଡର ଖିଲାଡି କୁମାର। ଭିଡିଓରେ ସେ ପ୍ରଥମ ଥର ପାଇଁ ନିଜ ଘର ଦେଖାଇଛନ୍ତି। ଭିଡିଓରେ ସେ ନିଜର ପୋଷାକ ବ୍ରାଣ୍ଡ ଲଞ୍ଚ କରିବେ ବୋଲି କହିଛନ୍ତି। ବ୍ରାଣ୍ଡର ନାଁ ଫୋର୍ସ ଆଇଏକ୍ସ (ଫୋର୍ସ ନାଇନ୍) ହେବ।

 

View this post on Instagram

 

A post shared by Akshay Kumar (@akshaykumar)

ସେୟାର କରିଥିବା ଭିଡିଓରେ ଅକ୍ଷୟ କହୁଛନ୍ତି, ତୁମେ ଜାଣିଛ ଏହା ହେଉଛି ପ୍ରଥମ ସାକ୍ଷାତକାର, ଯାହା ମୋ ଘରେ କରାଯାଉଛି। ଆଜି ପର୍ଯ୍ୟନ୍ତ ମୁଁ ଘରେ କୌଣସି ସାକ୍ଷାତକାର କରିନାହିଁ। ଏହା ପରେ ଅଭିନେତାଙ୍କୁ ପଚରାଯାଉଛି ଯେ, ସେ ନିଜ ପୋଷାକ ବ୍ରାଣ୍ଡର ନାଁ ଫୋର୍ସ ନାଇନ୍ କାହିଁକି ରଖିଲେ? ଏହାର ଉତ୍ତରରେ ଅକ୍ଷୟ କହିଥିଲେ, ‘ଦେଖ, ସବୁଠୁ ବଡ ଫୋର୍ସ ସମଗ୍ର ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରେ। ଦ୍ବିତୀୟ ଫୋର୍ସ ହେଉଛି ମା’ର ପ୍ରକୃତି। ତୃତୀୟ ଫୋର୍ସ ହେଉଛି ଆମର ସଶସ୍ତ୍ର ବାହିନୀ। ମୋ ବାପା ସଶସ୍ତ୍ର ବାହିନୀରେ ଥିଲେ। ମୋର ଶୁଭ ନମ୍ବର ମଧ୍ୟ ୯। ତେଣୁ ମୁଁ ଦୁଇଟିକୁ ମିଶାଇ ଏହି ନାଁ ରଖିଲି। ଯଦି ତୁମେ ତଳକୁ ଦେଖିବ, ଏଥିରେ ‘ଇଞ୍ଜିନିୟରିଂ ୱିଥ୍ ଇମୋସନ୍’ ଲେଖା ଅଛି।

ତେବେ ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ବିଶେଷ କରି ଅକ୍ଷୟ କୁମାର ୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ବି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିନାହିଁ। ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। ଚଳିତ ବର୍ଷ ତାଙ୍କର ରିଲିଜ ହୋଇଥିବା ଫିଲ୍ମ- ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ବୀରାଜ’ ଏବଂ ‘ରକ୍ଷା ବନ୍ଧନ’ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ଅକ୍ଟୋବାର ୨୫ରେ ରିଲିଜ ହୋଇଥିବା ଫିଲ୍ମ ‘ରାମ ସେତୁ’ କମାଲ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଫିଲ୍ମଟି ମଧ୍ୟ ଫ୍ଲପ ସାବ୍ୟସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର