କାନାଡାକୁ ନିଜ ଘର କହୁଥିବା ଅକ୍ଷୟ କୁମାରଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା ଝଡ଼ ! ଲୋକେ କହିଲେ; ଦେଶଦ୍ରୋହୀ ନସିରୁଦ୍ଦିନ୍‌ ନୁହଁନ୍ତି, ତୁମେ…

ମୁମ୍ବାଇ: ଅନେକ ଫିଲ୍ମରେ ଦେଶଭକ୍ତର ଚରିତ୍ରରେ ନଜର ଆସିଥିବା ଅଭିନେତା ଅକ୍ଷୟ କୁମାରଙ୍କୁ ଏବେ ଲୋକେ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି । ଅକ୍ଷୟଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖା ଯାଇଛି । ଉକ୍ତ ଭିଡିଓରେ ସେ ‘ମୁଁ ଗୋଟେ କଥା କହି ରଖିବାକୁ ଚାହେଁ କି ଟରୋଣ୍ଟୋ ହେଉଛି ମୋ ଘର । ଥରେ ମୁଁ ବଲିଉଡ୍‌ର ଅବସର ନେବା ପରେ ମୁଁ ସବୁ ସମ୍ପତ୍ତିି ସହ ଆସି ମୁଁ ଏଠାରେ ରହିବି’ ବୋଲି କହୁଥିବା ଦେଖା ଯାଇଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଅକ୍ଷୟଙ୍କୁ କେତେକ ଲୋକ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି ।

ପ୍ରକୃତରେ ନସିରୁଦ୍ଦିନ୍‌ ନୁହନ୍ତି,ଅକ୍ଷୟ ହେଉଛନ୍ତି ଦେଶଦ୍ରୋହୀ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିଛି ଲୋକ ଭାରତରେ ଟଙ୍କା ଆୟ କରି କାନାଡାରେ ଉଡ଼ାଇବ ବୋଲି ମଧ୍ୟ କହି ଅକ୍ଷୟଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି । କିଛି ତାଙ୍କୁ ନୀରବ ମୋଦିଙ୍କ ସହ ମଧ୍ୟ ତୁଳନା କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର