ନୂଆଦିଲ୍ଲୀ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ଏହି ୩ ବଲିଉଡ ଷ୍ଟାର। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ଦେଖିବାକୁ ମିଳିଛି।
କାର୍ଯ୍ୟକ୍ରମରେ ଯେଉଁ ଫଟୋ ଭାଇରାଲ ହୋଇଛି ସେଥିରେ ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା, ଋଷି ସୁନକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ସାଲୱାର ପିନ୍ଧିଥିବା ଦେଖିବାକୁ ମିଳିଛି। ଟ୍ବିଙ୍କିଲ ଖାନ୍ନା ଧଳା ଓ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ପ୍ରୀତି ଜିଣ୍ଟା କଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି।
Tonight Prime Minister @RishiSunak welcomed guests from the Hindu community to Downing Street ahead of #Diwali – a celebration of the triumph of light over darkness.
Shubh Diwali to everyone across the UK and around the world celebrating from this weekend! pic.twitter.com/JqSjX8f85F
— UK Prime Minister (@10DowningStreet) November 8, 2023
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ସେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକଙ୍କ ସହ ଦୀପାବଳି ପାଳନ କରୁଥିବାର ନଜର ଆସିଛନ୍ତି।