ମୁମ୍ବାଇ: ବଲିଉଡ୍ ତାରକାମାନଙ୍କୁ ସବୁବେଳେ ସେମାନଙ୍କ ବିଳାସମୟ ଗାଡ଼ିରେ ଯାତ୍ରା କରୁଥିବାର ଆପଣ ଦେଖିଥିବେ। ମାତ୍ର କିଛି ସେଲିବ୍ରେଟି ଏପରି ବି ଅଛନ୍ତି ଯେଉଁମାନେ ସେମାନଙ୍କ ବିଳାସମୟ ଗାଡ଼ି ଛାଡ଼ି ମୁମ୍ବାଇରେ ଅଟୋ-ରିକ୍ସାରେ ବୁଲୁଥିବାର ନଜର ଆସୁଛନ୍ତି। ସେହି ସେଲିବ୍ରେଟିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅକ୍ଷୟ କୁମାରଙ୍କ ପତ୍ନୀ ତଥା ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନା।
ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଟ୍ବିଙ୍କିଲ୍ ଖାନ୍ନା ଏକ ଅଟୋ ରିକ୍ସାରେ ବସି ଯାଉଥିବା ବେଳେ ତାଙ୍କ ଆଟୋକୁ ଲୋକେ ଅଟକାଇବାରେ ଲାଗିଛନ୍ତି। ହେଲେ ଟ୍ବିଙ୍କଲ୍ ଅଟୋ ଚାଳକଙ୍କୁ ‘ଭାଇ ଚାଲ ବୋଲି’ କହୁଛନ୍ତି।
ଟ୍ବିଙ୍କଲ୍ଙ୍କ ସହ ଅଟୋରେ ତାଙ୍କ କୁନି ପରୀ ନିତାରାଙ୍କୁ ବି ଦେଖିବାକୁ ମିଳିଛି। ଟ୍ବିଙ୍କଲ୍ଙ୍କ ଝିଅ ନିତାରାଙ୍କ ହାତରେ କିଛି ସପିଂ ବ୍ୟାଗ୍ ବି ଦେଖିବାକୁ ମିଳିଛି। ମାଆ ଝିଅ ଉଭୟ ଉଭୟଙ୍କ ମୁହଁକୁ ଚାହାଁଚାହିଁ ହୋଇ ହସୁଥିବାର ବି ଭିଡିଓରେ ଦେଖିବାକୁ ମିଳିଛି।
View this post on Instagram
ଟ୍ବିଙ୍କଲ୍ଙ୍କ ଏହି ଭିଡିଓରେ ପ୍ରଶଂସକ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ଟ୍ବିଙ୍କଲ୍ ଖାନ୍ନାଙ୍କ ଏହି ଅନ୍ଦାଜକୁ ପସନ୍ଦ କରିଛନ୍ତି ତ ପୁଣି କେହି ଏହାକୁ ଶସ୍ତା ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିଛନ୍ତି।
ତାଙ୍କର ବୃତ୍ତିଗତ ଜୀବନ ସଂପର୍କରେ କଥା ହେବା ତ ସେ ୨୦୦୧ ମସିହାରେ ଅଭିନୟରୁ ଦୂରେଇ ଯାଇଥିଲେ। ୨୦୧୫ ମସିହାରେ ସେ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ।