ଏବେ କଙ୍ଗନାଙ୍କ ସହ ଲଢ଼ିବେ ଅକ୍ଷୟ କୁମାର ! ଜାଣନ୍ତୁ କଥା କ’ଣ 

ମୁମ୍ବାଇ: ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ଯେ ଏ ବର୍ଷ ପୁଣି ଥରେ ଦୁଇଟି ବହୁପ୍ରତୀକ୍ଷିତ ସିନେମା ଭିତରେ ଲଢ଼େଇ ଦେଖିବାକୁ ମିଳିବ। ଏହି ଦୁଇଟି ସିନେମା ହେଲା  ଅକ୍ଷୟ କୁମାରଙ୍କ ଅଭିନୀତ  ‘ଗୋଲଡ୍‌’   ଏବଂ  କଙ୍ଗନା ରାନାଓ୍ଵତଙ୍କ ଅଭିନୀତ ‘ମଣି  କାର୍ଣ୍ଣିକା –  ଦ  କୁଇନ୍‌ ଅଫ୍‌   ଝାନ୍‌ସୀ’।  ଏହି ରିଲିଜ୍‌ ଲଢ଼େଇକୁ ନେଇ କଙ୍ଗନା କହିଛନ୍ତି ଯେ  ବର୍ଷକ ୫୨ ସପ୍ତାହ ,ଏଣୁ ପ୍ରତି ସପ୍ତାହରେ ଏଭଳି ଟକ୍କର ହେବା ବି ସ୍ୱାଭାବିକ। ତା’ଛଡ଼ା  ‘ଗୋଲଡ୍‌’   ଏବଂ   ‘ମଣି  କାର୍ଣ୍ଣିକା –  ଦ  କୁଇନ୍‌ ଅଫ୍‌   ଝାନ୍‌ସୀ’ ଦୁଇଟି ଭିନ୍ନ ଧରଣର ସିନେମା ହୋଇଥିବା ହେତୁ ଏହା ଉଭୟ ପ୍ରଯୋଜକଙ୍କ ପାଇଁ ଭଲ। ଦର୍ଶକ ଉଭୟ ସିନେମାକୁ ପସନ୍ଦ କରି ପାରନ୍ତି।‘ମଣି  କାର୍ଣ୍ଣିକା –  ଦ  କୁଇନ୍‌ ଅଫ୍‌   ଝାନ୍‌ସୀ’ରେ  ଟାଇଟଲ୍‌ ରୋଲରେ  ଅଛନ୍ତି  କଙ୍ଗନା ।  ଭାରତର  ପ୍ରସିଦ୍ଧ  ଝାନ୍‌ସୀ  ରାଣୀ  ଲକ୍ଷ୍ମୀବାଇଙ୍କ   ଜୀବନ  ଉପରେ  ଆଧାରିିତ  ଫିଲ୍ମର ନିର୍ଦ୍ଦେଶକ ହେଲେ   କ୍ରିଶ୍‌  ।  ଏଥିରେ  କଙ୍ଗନାଙ୍କ  ବ୍ୟତୀତ  ସୋନୁ ସୁଦ୍‌  ଓ ଅଙ୍କିତା  ଲୋଖଣ୍ଡେ ପ୍ରମୁଖ  ଅଛନ୍ତି  ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ।

photo-twitter

ଅପରପକ୍ଷରେ  ‘  ପ୍ୟାଡମ୍ୟାନ୍‌’  ପରେ  ଅକ୍ଷୟ କୁମାର  ପୁଣି   ନେଇ  ଆସୁଛନ୍ତି  ଆଉ ଏକ   ସତ୍ୟ ଘଟଣା  ଉପରେ ଆଧାରିତ ସିନେମା ।  ଏହାର   ଟାଇଟଲ୍‌   ହେଲା ‘  ଗୋଲଡ୍‌’  ।  ଏଥିରେ    ଜଣେ ବଙ୍ଗୀୟ   ହକି  କୋଚ୍‌    ଚରିତ୍ରରେ  ଅଭିନୟ   କରିଛନ୍ତି  ଅକ୍ଷୟ   କୁମାର ।   ଏହାର କଥାବସ୍ତୁ   ସ୍ୱାଧୀନ   ଭାରତର   ପ୍ରଥମ ଅଲମ୍ପିକ୍‌   ସୁବର୍ଣ୍ଣ  ପଦକ  ଜିତିବାର  ବିଷୟ ଉପରେ   ଉପରେ ଆଧାରିିତ  ।   ‘ ଗୋଲଡ୍‌’  ଜରିଆରେ  ଛୋଟ ପରଦାର   ଲୋକପ୍ରିୟ   ନାୟିକା  ମୌନି   ରାୟ  ବଲିଉଡରେ ପ୍ରବେଶ  କରୁଥିବା ହେତୁ ଏହାର ଗୁରୁତ୍ୱ ଅଧିକ।  ଜଣାଶୁଣା ନିର୍ଦ୍ଦେଶକ ରୀମା   କାଗ୍‌ତି ‘ଗୋଲଡ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ।କହିବା ବାହୁଲ୍ୟ ଯେ ଉଭୟ ସିନେମା ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରିଲିଜ୍‌ ହେଉଛି। ଅକ୍ଷୟ କହିଛନ୍ତି ଯେ ଆମେ ପରସ୍ପର ସହ ଲଢ଼େଇ କରୁ ନାହୁଁ । ବରଂ ଏଭଳି ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଏକ ସାଧାରଣ କଥା ।

ସମ୍ବନ୍ଧିତ ଖବର