ବିରୋଧ ପରେ ବଦଳିଲା ଫିଲ୍ମର ନାଁ, ‘ଲକ୍ଷ୍ମୀ ବମ୍ବ’ ପରିବର୍ତ୍ତେ ‘ଲକ୍ଷ୍ମୀ’ ନାମରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ

ମୁମ୍ବାଇ: ଅନେକ ବିବାଦ ପରେ ବଦଳିଲା ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ନାଁ | ଏଭଳି ନାଁ ରଖାଯାଇ ଲକ୍ଷ୍ମୀ ମା’ଙ୍କ ଅସମ୍ମାନ କରାଯାଇଥିବା ନେଇ ବିରୋଧ କରିଥିଲା କରଣି ସେନା | ଏହା ସହ ଶ୍ରୀ ରାଜପୁତ କରଣି ସେନା ପକ୍ଷରୁ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଯିବା ପରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇଛି | ଏବେ ‘ଲକ୍ଷ୍ମୀ ବମ୍ବ’ ପରିବର୍ତ୍ତେ ‘ଲକ୍ଷ୍ମୀ’ ନାମରେ ରିଲିଜ ହେବ ଫିଲ୍ମ | ନଭେମ୍ବର ୯ରେ ଡିଜନି+ହଟଷ୍ଟାରରେ ଏହି ଫିଲ୍ମ ରିଲିଜ ହେବ |

ଫିଲ୍ମର ନାଁ ପରିବର୍ତ୍ତନ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ସିନେ ସମୀକ୍ଷକ ତରନ ଆଦର୍ଶ | ସୂଚନା ମୁତାବକ, ଶ୍ରୀ ରାଜପୁତ କରଣି ସେନା ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇ ଫିଲ୍ମର ନାଁ ତୁରନ୍ତ ବଦଳାଇବାକୁ କହିଥିଲା | ଏଭଳି ନାଁ ରଖିବା ମା’ ଲକ୍ଷ୍ମୀଙ୍କ ପ୍ରତି ଅସମ୍ମାନ ଏବଂ ଏହା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ କରୁଛି ବୋଲି କହିଥିଲା କରଣି ସେନା | ଯାହା ପରେ ଫିଲ୍ମର ନାଁ ଲକ୍ଷ୍ମୀ ରଖାଯାଇଛି |

ସମ୍ବନ୍ଧିତ ଖବର