ପତ୍ନୀଙ୍କ ସଂପର୍କରେ ମନଖୋଲା କଥା କହିଲେ ଅକ୍ଷୟ; ଅଭିନୟ ଅପେକ୍ଷା ଲେଖାଲେଖିରେ ଭଲ

ମୁମ୍ବାଇ: ବଲିଉଡ୍‌ର କେତେ ଜଣ କୁଲେଷ୍ଟ୍‍ ଦମ୍ପତିଙ୍କ ମଧ୍ୟରୁ ଅକ୍ଷୟ କୁମାର ଓ ଟୁଇଙ୍କିଲ୍‌ ଖାନ୍ନା ଅନ୍ୟତମ। ନିକଟରେ ଅକ୍ଷୟ ରାଜୀବ ମସାନ୍ଦଙ୍କୁ ଏକ ସାକ୍ଷାତ୍‌କାରରେ ନିଜର କିଛି ମନଖୋଲା କଥା କହିଛନ୍ତି। ଟୁଇଙ୍କିଲ୍‌ଙ୍କ ପୁସ୍ତକ ରଚନା ସଂପର୍କରେ ଅକ୍ଷୟଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଅକ୍ଷୟ କହନ୍ତି କି ‘ଟୁଇଙ୍କିଲ୍‌ର ସମୁଦାୟ ୧୪ଟି ଚଳଚ୍ଚିତ୍ର ଦେଖିଲେ ତାଙ୍କ ପାଇଁ ଲେଖିବା ଭଲ। ଏପରିକି ପୂର୍ବରୁ ମୁଁ ଯେବେ ତାଙ୍କ ସହ ଚଳଚ୍ଚିତ୍ର କରିଥିଲେ ସେତେବେଳେ ସେ ସୁଟିଂ ସେଟ୍‌ରେ ଅଧିକାଂଶ ସମୟ ପୁସ୍ତକ ପଢ଼ିବାରେ କାଟୁଥିଲେ। ପୁସ୍ତକ ପଢ଼ି ପଢ଼ି ପୂରା ଫଳ ପ୍ଲେଟ୍‌ଟା ଯାକ କେତେ ବେଳେ ଖାଇ ଦେଉଥିଲେ ସେ ନିଜେ ବି ଜାଣି ପାରୁ ନଥିଲେ। ସେ ଗୋଟିଏ ଉପନ୍ୟାସକୁ ମାତ୍ର ଗୋଟିଏ ଦିନରେ ଶେଷ କରି ଦିଅନ୍ତି।’ ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ କାଜଲଙ୍କୁ ବି ମନେ ପକାଇଛନ୍ତି ଅକ୍ଷୟ। ସେ କହିଛନ୍ତି କି କାଜଲଙ୍କର ବି ସୁଟିଂ ସେଟ୍‌ରେ ପୁସ୍ତକ ପଢ଼ିବା ଅଭ୍ୟାସ ଥିଲା।

ସମ୍ବନ୍ଧିତ ଖବର