ଖିଲାଡି ଅକ୍ଷୟ କୁମାର ଫିଟ୍ନେସ୍, ଶୃଙ୍ଖଳାର ଶ୍ରେଷ୍ଠ ଉଦାହରଣ ପାଲଟିଥିବା ବେଳେ ତାଙ୍କ ମାନବୀୟ ମୂଲ୍ୟବୋଧ ବି ପ୍ରଶଂସକଙ୍କ ସହ ତାଙ୍କ ସହକର୍ମୀଙ୍କ ମନ ଜିଣୁଛି। କେବଳ ପ୍ରଯୋଜକଙ୍କ ଖର୍ଚ୍ଚ କମାଇବାକୁ ଅକ୍ଷୟ ନିଜ ୧୮ ବର୍ଷର ନିୟମକୁ ଭାଙ୍ଗିଛନ୍ତି। ୧୮ ବର୍ଷ ତଳେ ଅକ୍ଷୟ ନିଜ ଜୀବନର ଏକ ନିୟମ କରିଥିଲେ ଯେ, ସେ ଦିନକୁ ୮ ଘଣ୍ଟାରୁ ଅଧିକ ସୁଟିଂ କରିବେ ନାହିଁ। କିନ୍ତୁ ପ୍ରଯୋଜକଙ୍କୁ ଆର୍ଥିକ ସମସ୍ୟାରୁ ଓ ଅଧିକ ଖର୍ଚ୍ଚରୁ ବଞ୍ଚାଇବା ପାଇଁ ଏବେ ଦୁଇଟି ସିଫ୍ଟରେ ଅକ୍ଷୟ ସୁଟିଂ କରୁଛନ୍ତି। ଅକ୍ଷୟ କୁମାର ଏବେ ସ୍କଟ୍ଲାଣ୍ଡରେ ଅପ୍କମିଙ୍ଗ ଫିଲ୍ମ ‘ବେଲ ବଟମ୍’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ସେଠାରେ ତାଙ୍କ ସହିତ ଅଭିନେତ୍ରୀ ହୁମା କ୍ୟୁରେସି, ବାଣୀ କପୁର ଓ ଲାରା ଦତ୍ତ ପ୍ରମୁଖ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ସ୍କଟ୍ଲାଣ୍ଡକୁ ଯିବା ପରେ ସମସ୍ତଙ୍କୁ ପ୍ରଥମ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିଥିଲା। ଏଥିଯୋଗୁଁ ପ୍ରଯୋଜକଙ୍କର ଖର୍ଚ୍ଚ ବଢ଼ିଯାଇଥିଲା। ତାକୁ ଦୃଷ୍ଟିରେ ରଖି ଅକ୍ଷୟ ନିଜ ଆଡ଼ୁ ଦୁଇ ସିଫ୍ଟରେ ସୁଟିଂ କରି ଚଳଚ୍ଚିତ୍ରକୁ ଖୁବ୍ ଶୀଘ୍ର ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ଶୁଣି ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଦୁଇଗୁଣ ଉତ୍ସାହର ସହ କାମରେ ଲାଗିପଡ଼ିଛନ୍ତି। ଆସନ୍ତାବର୍ଷ ଏପ୍ରିଲ ୨ରେ ଫିଲ୍ମଟି ରିଲିଜ୍ ହେବାର ଯୋଜନା ରହିଛି।
ଦୁଇଟି ସିଫ୍ଟରେ କାମ କରିବେ ଅକ୍ଷୟ
/sambad/media/post_attachments/wp-content/uploads/2020/09/akshya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)