କରୋନାରୁ ଆରୋଗ୍ୟ ହେଲେ ଅକ୍ଷୟ

ବଲିଉଡ୍‌ର ଖିଲାଡି ବଏ ଅକ୍ଷୟ କୁମାର କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ଚଳଚ୍ଚିତ୍ର ‘ରାମସେତୁ’ର ସୁଟିଂ ବେଳେ କରୋନା ଆକ୍ରାନ୍ତ ହୋଇ ସେ ଏକ ଘରୋଇ ଡାକ୍ତରଖାନା ଚିକିତ୍ସିତ ହେଉଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କ ପତ୍ନୀ ଟ୍ବିଙ୍କିଲ୍ ଖନ୍ନା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ସେ କରୋନାରୁ ମୁକ୍ତି ପାଇଛନ୍ତି। ଯେତେବେଳେ ଚଳଚ୍ଚିତ୍ର ‘ରାମସେତୁ’ର ସୁଟିଂ ଚାଲିଥିଲା ସେହି ସମୟରେ ଅକ୍ଷୟଙ୍କ ସମେତ ପ୍ରାୟ ୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଥିପାଇଁ ଚଳଚ୍ଚିତ୍ରର ସୁଟିଂକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର