କମଲ ହାସନଙ୍କ କନ୍ୟା ଅକ୍ଷରା ହାସନଙ୍କ ପ୍ରାଇଭେଟ୍‌ ଫଟୋ ଲିକ୍‌ ଘଟଣାରେ ଏହି ଅଭିନେତାଙ୍କୁ ପଚରାଉଚୁରା କରିବ ପୁଲିସ୍

ମୁମ୍ବାଇ: ସୁପରଷ୍ଟାର ତଥା ରାଜନେତା କମଲ ହାସନଙ୍କ କନ୍ୟା ଅକ୍ଷରା ହାସନଙ୍କ ପ୍ରାଇଭେଟ୍‌ ଫଟୋ ଲିକ୍‌ ଘଟଣାର ନୂଆ ଖୁଲାସା ହୋଇଛି। ଏଥିରେ ଜଣାଯାଇଛି ଯେ ୨୦୧୩ରେ ଅଭିନେତା ତନୁଜ ବିରଓ୍ଵାନିଙ୍କୁ ଅକ୍ଷରା ନିଜର କେତେକ ବ୍ୟକ୍ତିଗତ ଫଟୋ ଦେଇଥିଲେ। ସେତେବେଳେ ସେଦୁହେଁ ପ୍ରେମସଂପର୍କରେ ଥିଲେ। ତନୁଜ ବିରଓ୍ଵାନି ୨୦୧୩ରେ ବଲିଉଡ ମୁଭି ‘ଲଭ୍ ୟୁ ସୋନିଆ’ ସିନେମା ଜରିଆରେ ଡେବ୍ୟୁ କରିଥିଲେ। ଏକଥାର ସୁରାକ୍‌ ମିଳିବା ପରେ ପୁଲିସ ତନୁଜଙ୍କୁ ପଚରାଉଚୁରା କରିବା ଲାଗି ପ୍ରସ୍ତୁତ ହେଉଛି। ତନୁଜ ହେଉଛନ୍ତି ବିଗତ ଦିନର ନାୟିକା ରତି ଅଗ୍ନିହୋତ୍ରୀଙ୍କ ପୁତ୍ର। ରତି ଅଗ୍ନିହୋତ୍ରୀ ଅଭିନେତା କମଲ ହାସନଙ୍କ ଡେବ୍ୟୁ ହିନ୍ଦୀ ସିନେମା ‘ଏକ ଦୁଜେ କେ ଲିଏ’ରେ ନାୟିକ ଭୂମିକା ନିଭାଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଅକ୍ଷରା ପ୍ରଥମେ ଟ୍ଵିଟର ଜରିଆରେ ନିଜର ପ୍ରାଇଭେଟ୍ ଫଟୋ ଲିକ୍‌ ହୋଇଥିବା ଖବର ଜଣାଇଥିଲେ। ତା’ପରେ ସେ ମୁମ୍ବାଇ ପୁଲିସ ଓ ସାଇବର ସେଲ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଅକ୍ଷରା ହାସନ୍‌ ୨୦୧୫ରେ ଆର୍‌.ବାଲ୍‌କୀଙ୍କ ନିର୍ଦ୍ଦେଶିତ ତଥା ଅମିତାଭ୍‌ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ସିନେମା ‘ସମିତାଭ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।


ଅନ୍ୟପକ୍ଷରେ ତନୁଜ ଏହି କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ପକ୍ଷରୁ ତାଙ୍କୁ କୌଣସି ନୋଟିସ ମିଳି ନାହିଁ। ଏପରିକି ଇଣ୍ଟରନେଟରେ ଅକ୍ଷରାଙ୍କ ଫଟୋ ଲିକ୍‌ କରିନାହାଁନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର