କାହିଁକି ପ୍ରଶଂସାର ପାତ୍ର ଅକ୍ଷୟ କୁମାର?

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏଭଳି ଜଣେ ଅଭିନେତା ଯିଏକି ନିଜର କାମ ଓ କୁଶଳ ବ୍ୟବହାର ପାଇଁ ସବୁଠାରୁ ବେଶି ପ୍ରଶଂସା ସାଉଁଟିଛନ୍ତି। ସେ ଏହା ମାଧ୍ୟମରେ ନିର୍ଦ୍ଦେଶକଙ୍କୁ ସହଜରେ ନିଜର ବନ୍ଧୁ କରି ନିଅନ୍ତି। ଚଳିତ ବର୍ଷ ଏହି କାରଣରୁ ଅକ୍ଷୟ କୁମାର ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ପାଇଁ ନିଜ ଅଭିନୀତ ସିନେମା ‘ପ୍ୟାଡମ୍ୟାନ୍‌’ ର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଲେ। ଏହା ଅକ୍ଷୟ କୁମାରଙ୍କର ମହାନତା । ଏହାର ପ୍ରଶଂସା ବି କରିଥିଲେ ଭଂସାଲୀ।

ଖାଲି ସେତିକି ନୁହେଁ ସେ ସ୍କ୍ରିପ୍ଟ୍‌ରେ କେବେ ବି ହସ୍ତକ୍ଷେପ କରନ୍ତି ନାହିଁ। ସେ ହେଉଛନ୍ତି ଏଭଳି ଜଣେ ଅଭିନେତା ଯାହାଙ୍କର କି ସର୍ବାଧିକ ସାଙ୍ଗ ରହିଛନ୍ତି। ବଲିଉଡରେ ଅମିତାଭ ବଚ୍ଚନଙ୍କଠୁଁ ଆରମ୍ଭ କରି ଅଭିଷେକ ବଚ୍ଚନ ପର୍ଯ୍ୟନ୍ତ ସବୁ ନାମୀଦାମୀ କଳାକାର ତାଙ୍କୁ ଭଲ ପାଆନ୍ତି ବୋଲି କୁହାଯାଏ। ଖାଲି ସେତିକି ନୁହେଁ ଅକ୍ଷୟ କୁମାର ଅଜୟ ଦେବଗନ୍‌, ସୈଫ୍‌ ଅଲ୍ଲୀ ଖାନ୍‌, ସଲମାନ୍‌ ଖାନ୍‌,ଶାହରୁଖ୍‌ ଖାନ୍‌,ଅଭିଷେକ ବଚ୍ଚନ ଓ ସୁନୀଲ ସେଟ୍ଟି ପ୍ରମୁଖ ଅଧିକାଂଶ ତାରକାଙ୍କ ସହ ବହୁ ସିନେମାରେ ନଜର ଆସିଛନ୍ତି। ସେ ଅତିଥି କଳାକାର ହେବାକୁ ବି ମନା କରନ୍ତି ନାହିଁ।

photo-youtube

ସବୁଠାରୁ ବଡ଼ କଥା ହେଲା ଯେ ତାଙ୍କର ଇଗୋ ପ୍ରୋବ୍ଲେମ୍‌ ନାହିଁ। ଏଥିପାଇଁ ଅକ୍ଷୟଙ୍କୁ ନିର୍ଦ୍ଦେଶକମାନେ ନିଜ ନିଜ ଫିଲ୍ମରେ ରିପିଟ୍‌ କରିଥା’ନ୍ତି। ଏପରିକି ସେ ନିର୍ଦ୍ଦେଶକ /ପ୍ରଯୋଜକମାନଙ୍କଠାରୁ ଅଧିକ ପ୍ରାପ୍ୟ ଦାବି କରିବା ବି କେହି ଶୁଣି ନାହାନ୍ତି । ଏହି କାରଣରୁ ଅକ୍ଷୟଙ୍କୁ ସୁନୀଲ ଦର୍ଶନ,ଧର୍ମେଶ ଦର୍ଶନ,ପ୍ରିୟଦର୍ଶନ,ବିପୁଲ ଶାହାଙ୍କ ଭଳି ବହୁ ବ୍ୟକ୍ତି ଏକାଧିକବାର ନେଇଛନ୍ତି ଏବଂ ସଫଳତା ବି ପାଇଛନ୍ତି।
ଆୟେଶା ଜୁଲ୍‌କା,ରବିନା ଟଣ୍ଡନ ଓ ଶିଳ୍ପା ସେଟ୍ଟିଙ୍କ ସହିତ ପ୍ରେମ ସଂପର୍କ ଛିନ୍ନ ହେବା ପରେ ମଧ୍ୟ, ସେ ଭାଙ୍ଗି ପଡ଼ିନଥିଲେ। ବରଂ ବ୍ରେକ୍‌ଅପ୍‌ ପରେ ବି ସେ ନାୟିକାଙ୍କ ସହିତ ପ୍ରଫେସ୍‌ନାଲ୍‌ ଭାବେ କାମ କରିଥିଲେ।

ସମ୍ବନ୍ଧିତ ଖବର