ଏହି ତିନିମୂର୍ତ୍ତିଙ୍କୁ ସାଙ୍ଗରେ ଧରି ସୁଟିଂ ସେଟ୍‌କୁ ଯାଆନ୍ତି ଅକ୍ଷୟ କୁମାର

ଆଜି ହେଉଛି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ହେଉଛି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମଦିନ।ସେ ବଲିଉଡର ଜଣେ ସଫଳ  ଆକ୍ଟର ଓ ନାମୀ ଷ୍ଟାର୍‌ ହେଲେ ବି ନିଜର କେତେକ ମହତ ଗୁଣଲାଗି ପ୍ରଶଂସିତ ହୋଇଥାନ୍ତି।   ଆସନ୍ତୁ ଜାଣିବା ଅକ୍ଷୟଙ୍କର କେତୋଟି ଭଲ ଗୁଣ ବିଷୟରେ….

ଅକ୍ଷୟ କୁମାର ଏକ ପାରଂପାରିକ ପଞ୍ଜାବୀ ପରିବାରର ପୁଅ। ସେ ଧାର୍ମିକ ପ୍ରବୃତ୍ତିର। ମାତା ବୈଷ୍ଣୋ ଦେବୀଙ୍କ ଉପରେ ତାଙ୍କର ରହିଛି  ଅଗାଧ ଭକ୍ତି ଓ ଶ୍ରଦ୍ଧା । ତେଣୁ  ସେ ନିଜ ବ୍ୟାଗ୍‌ରେ ସୁନାରେ ନିର୍ମିତ ମାତା ବୈଷ୍ଣୋ ଦେବୀ ,ଶଙ୍କର ଓ ରାମଙ୍କ ମୂର୍ତ୍ତିକୁ ଯୁଆଡ଼େ ବି ଯାଆନ୍ତି ନିଜର ସାଙ୍ଗରେ ତାହାକୁ  ନେଇକରି ଯାଉଥିଲେ। ଆଜିଯାଏଁ ସେ ଏହି ତିନିମୂର୍ତ୍ତିଙ୍କୁ ସାଙ୍ଗରେ ଧରି ସୁଟିଂ ସେଟ୍‌କୁ ଯାଆନ୍ତି।

Happy birthday Akshay Kumar: As the actor turns 52, we take a look at some his cutest family pictures.
photo-hindustantimes

ଅକ୍ଷୟ ଖୁବ୍‌ ଅନୁଶାସିତ।ସେ ସୁଟିଂ ସେଟ୍‌ ହେଉ ବା ଫକସନ୍‌ ହେଉ ସବୁଠୁଁ ଠିକ୍‌ ସମୟରେହିଁ  ପହଞ୍ଚି ଯାଆନ୍ତି। ଅକ୍ଷୟ ଜଣେ ମଧ୍ୟ ଆଦର୍ଶ ପିତା ଅଟନ୍ତି। ସେ ଅନେକ ସମୟରେ ପୁଅ ଆରବ ଓ ପତ୍ନୀ ଟ୍ଵିଙ୍କଲ୍‌ଙ୍କୁ ତାଙ୍କର ସୁଟିଂ ସେଟ୍‌କୁ ସାଙ୍ଗରେ ନେଇକରି ଯାଆନ୍ତି। ସେ ତାଙ୍କ ପୁଅର ସବୁ ଅଳିକୁ ପୂରଣ କରନ୍ତି।

ଅକ୍ଷୟ କୁମାର ଖୁବ ସହନଶୀଳ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି। ସେ ନିନ୍ଦା ଅପମାନରେ ଆଦୌ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି ନାହିଁ।ସେ ଅନେକ ସମୟରେ ଶହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ମଧ୍ୟ।

 

 

 

ସମ୍ବନ୍ଧିତ ଖବର