ମୁମ୍ବାଇ: ଏବେ ବଲିଉଡରେ ଖିଲାଡି କୁମାର ଅକ୍ଷୟ କୁମାରଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ ବି କମ ଚର୍ଚ୍ଚାରେ ନାହାନ୍ତି । ବଲିଉଡ଼୍ର ମୋଷ୍ଟ୍ ସେଲେବଲ୍ ହିରୋ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ଼୍ ମ୍ୟାନ୍’ର ରିଲିଜ୍ ତାରିଖ ବଦଳି ଯାଇଛି ।ଏହା ୨୦୧୮ ଜାନୁଆରି ୨୫ ତାରିଖରେ ରିଲିଜ୍ ହେବାର ଥିଲା କିନ୍ତୁ ଏବେ ଏହା ଫେବୃଆରି ୯ ତାରିଖରେ ମୁକ୍ତିଲାଭ କରିବ।ସଞ୍ଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତ୍’ ସହ ଏକାଦିନେ ରିଲିଜ୍ ନକରିବାକୁ ସ୍ଥିର କରି ଅକ୍ଷୟ କୁମାର ଏଭଳି ନିଷ୍ପତ୍ତି ନେଇଛନ୍ତି।
Zero Excitement For #PadMan Now
Will Not Watch It For Sure Though Its Releasing On My Birthday— Bàdass Khilàdi (@Akshay_Brigade) January 19, 2018
ଏବେ କିନ୍ତୁ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତିତାଙ୍କର ଫ୍ୟାନମାନେ। ଅକ୍ଷୟଙ୍କ ପଛଘୁଞ୍ଚାକୁ ନେଇ ଫ୍ୟାନମାନେ ବିରକ୍ତ ହୋଇଛନ୍ତି। ଜଣେ ଫ୍ୟାନ୍ ତ ଟ୍ୟୁଟରରେ ଲେଖିଛନ୍ତି ଯେ ତାରିଖ ‘ପ୍ୟାଡ଼୍ ମ୍ୟାନ୍’ର ରିଲିଜ୍ ତାରିଖ ବଦଳିବାପରେ ସେ ଆଉ ଏହାକୁ ଦେଖିବାକୁ ଯିବେ ନାହିଁ,ଯଦିଓ ସେଦିନ ତାଙ୍କର ବାର୍ଥ ଡେ।
/sambad/media/post_attachments/wp-content/uploads/2018/01/padman-NBT-image-31-2-300x224.jpg)
ଏଠାରେ ସୂଚନାଯୋଗ୍ୟଯେ ପୂର୍ବରୁ ଥରେ ଏହାର ରିଲିଜ୍ ତାରିଖ ବଦଳିଥିଲା । ସେତେବେଳେ ଅକ୍ଷୟଙ୍କ ପତ୍ନୀ ତଥା ଏହି ଫିଲ୍ମର ସହ ପ୍ରଯୋଜିକା ଟ୍ଵିଙ୍କଲ୍ ଖାନ୍ନା ନିଜର ଟ୍ଵିଟର୍ ଜରିଆରେ ଏହି ରିଲିଜ୍ ତାରିଖ ବଦଳିବାର କାରଣ ବି ବେଶ ମଜାଦାର ଢ଼ଙ୍ଗରେ ବତାଇଥିଲେ । ସେ ଲେଖିଥିଲେି ଯେମିତି ବେଳେ ବେଳେ ଆଗୁଆ ପିରିଅଡସ୍ ହୋଇଯାଏ ସେମିତି ‘ପ୍ୟାଡ଼୍ ମ୍ୟାନ୍’ ଗୋଟିଏ ଦିନ ଆଗରୁ ରିଲିଜ୍ ହେଉଛି।ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍ ମ୍ୟାନ୍’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍କିନ୍ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଅରୁଣାଚଳମ୍ ମୁରୁଗାନାଥନ୍ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ।ଅରୁଣାଚଳମ୍ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍ଲି ଓ ପକେଟ୍ ଫ୍ରେଣ୍ଡ୍ଲି ନାପ୍କିନ୍ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।
ଏଥିରେ ଅକ୍ଷୟ କୁମାରଙ୍କ ସହିତ ସୋନମ୍ କପୁର୍ ଓ ରାଧିକା ଆପ୍ଟେ ଫିମେଲ୍ ଲିଡ଼୍ରେ ଅଛନ୍ତି।‘ଚିନିକମ୍’‘ପା’ଓ ‘ସମିତାଭ୍’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍ ବାଲକୀ ‘ପ୍ୟାଡ଼୍ମ୍ୟାନ୍’ର ନିର୍ଦ୍ଦେଶନା ଦେଇଛନ୍ତି।