ବାଜି ମାରିଲେ ପୂଜା ବେଦୀଙ୍କ ଝିଅ ଅଲାୟା: ‘ଜଓ୍ୱାନୀ ଜାନେମନ୍’ ପରେ କରଣ ଜୋହରଙ୍କ ଫିଲ୍ମରେ ମିଳିଲା ସୁଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲାୟା ଫର୍ଣ୍ଣିଚରୱାଲା ଏବେ ଫିଲ୍ମ ‘ଜଓ୍ୱାନୀ ଜାନେମନ୍’ ଜରିଆରେ ବଲିଉଡରେ ପ୍ରବେଶ କରିଛନ୍ତି। ପ୍ରଥମ ଫିଲ୍ମ ରିଲିଜ୍ ପରେ ଏବେ ତାଙ୍କ ଲୋକପ୍ରିୟତା ବଢ଼ିଥିବା ବେଳେ ତାଙ୍କୁ କରଣ ଜୋହରଙ୍କ ଫିଲ୍ମରେ ସୁଯୋଗ ମିଳିଛି। ନିଜ ଡେବ୍ୟୁ ଫିଲ୍ମରେ ଅଲାୟା ଦର୍ଶକ ଓ ନିର୍ଦ୍ଦେଶକ-ପ୍ରଯେ‌ାଜକମାନଙ୍କର ମନ କିଣିଥିବା ବେଳେ ତାଙ୍କୁ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୩’ରେ ସୁଯୋଗ ମିଳିଛି। ତେବେ ଏ ନେଇ ଅଲାୟା ନିଜର କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

Image result for alaya-furniturewala
Filmfare.com

ସୂଚନା ମୁତାବକ, ରିଲିଜ୍ ହୋଇ ସାରିଥିବା ଫିଲ୍ମ ‘ଜଓ୍ୱାନୀ ଜାନେମନ୍’ ରେ ଅଲାୟାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ଅଭିନେତ୍ରୀ ତବୁ। ଦୁହେଁ ଫିଲ୍ମରେ ଅଲାୟାଙ୍କ ମାତା‌-ପିତାଙ୍କ ଭୂମିକାରେ ନଜର ଆସିଛନ୍ତି। ରିଲିଜ୍ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ସବୁଠାରୁ ଅଧିକ ପସନ୍ଦ ଆସିଛି ଅଲାୟାଙ୍କ ଅଭିନୟ। ତାଙ୍କ ଅଭିନୟ ଦେଖି ଏବେ ତାଙ୍କ ଘର ଆଗରେ ନିର୍ଦ୍ଦେଶକଙ୍କ ଭିଡ଼ ଜମିବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର