କରୋନା କାଳରେ ଓଡ଼ିଆ ଫିଲ୍ମ ପ୍ରେକ୍ଷାଳୟରୁ ଉଭେଇଯିବା ଓଲିଉଡ୍ ଦୁନିଆକୁ ଏକ ଶକ୍ତ ଧକ୍କା ଦେଇଛି। ଏପରି ସମୟରେ ଓଲିଉଡ୍ କଳାକାର, ପ୍ରଯୋଜନା ସଂସ୍ଥାମାନେ କିନ୍ତୁ ନିଜକୁ ସୁଟିଂଠାରୁ ଦୂରେଇ ଦେଇନାହାନ୍ତି। ଆଉଟଡୋର୍ ନହେଉ ପଛେ ଇନ୍ଡୋର୍ ସୁଟିଂ ଉପରେ ଗୁରୁତ୍ବ ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାଣକାରୀସଂସ୍ଥା। ଫିଲ୍ମ ହେଉ କିମ୍ବା ଧାରାବାହିକ ଅବା ଆଲବମ୍ ସବୁକିଛି କ୍ରୋମା ଆଗରେ ଓ ସେଟ୍ ଭିତରେ ସମ୍ଭବ ହେଉଛି। କରୋନା କାଳରେ ବର୍ତମାନ କେବଳ ଆଲବମ୍ ସୁଟିଂ ଆଉଟଡୋରରେ ଦେଖିବାକୁ ମିଳିଛି। ପୁପୁଲ୍ ମହାନ୍ତିଙ୍କ ପ୍ରଯୋଜିତ ଅଶ୍ବନୀ ଓ ଦୀପାଲିଙ୍କ ଅଭିନୀତ ‘ଏମନ ଡାକିଲେ ସେମନ ଶୁଣୁଛି’ ଆଲବମ୍ ତିଆରି ହୋଇଛି। ଏଥିରେ ସଂଗୀତ ଦେଇଛନ୍ତି ଜାପାନୀ। ସେହିଭଳି କଳିଙ୍ଗ ସିନେ ଆର୍ଟସ୍ ପ୍ରଯୋଜନାରେ ଝୁମୁକାରେ ସୁଟିଂ ହୋଇଛି ଆଲବମ୍ ‘ସୁନ୍ଦର ସୁନ୍ଦରୀ ଝଅ’। ଏହାର ନିର୍ଦେଶନା ଦେଇଛନ୍ତି ବିଦ୍ୟାଧର ବାରିକ। ଅଭିନୟ କରିଛନ୍ତି ମୟା ଓ ଇପସିଲା ଓ ଅକ୍ଷୟ। ସମରେଶ ରାଉତରାୟଙ୍କ ପ୍ରସ୍ତୁତ ଅଭିନେତା ବୁଲୁ ଓ ଅଭିନେତ୍ରୀ ଶୁଭଶ୍ରୀଙ୍କ ଅଭିନୀତ ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦେଶିତ ମ୍ୟୁଜିକ୍ ଆଲବମ୍ ‘ପ୍ରେମ ଛିଟା’ ମଧ୍ୟ ରିଲିଜ୍ ହୋଇଛି।
ଆଉଟଡୋରରେ ଚାଲିଛି ଆଲବମ୍ ସୁଟିଂ
/sambad/media/post_attachments/wp-content/uploads/2021/04/album.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)