ଯୌନ ଶୋଷଣ ମାମଲା: ମିଶା ସଫିଙ୍କ ଉପରେ ମାନହାନି ମକଦ୍ଦମା କଲେ ଅଲ୍ଲୀ ଜଫର, ଜରିମାନା ମାଗିଲେ ୧୦୦କୋଟି ଟଙ୍କା

ଇସ୍ଲାମାବାଦ୍‌ : କିଛି ଦିନ ତଳେ ପାକିସ୍ତାନୀ ଗାୟିକା ଏବଂ ମଡ଼େଲ ମିଶା ସଫି ବଲିଉଡ଼୍‍ର ଜଣା ଶୁଣା ଅଭିନେତା ଅଲ୍ଲୀ ଜଫରଙ୍କ ଉପରେ ଯୌନ ଶୋଷଣର ଅରୋପ ଲାଗାଇଥିଲେ । ଅଭିନେତା ଅଲ୍ଲୀ ଜଫରଙ୍କ ଉପରେ ଏହି ଆରୋପ ଲାଗିବା ପରେ ଅନେକ ମହିଳା ଅଲ୍ଲୀଙ୍କ ଚରିତ୍ର ଉପରେ ପ୍ରଶ୍ନ କରିଥିଲେ । ଯାହା ଉପରେ ଏବେ ଅଲ୍ଲୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ମିଶାଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ପାକିସ୍ତାନ କୋର୍ଟରେ ମିଶାଙ୍କ ବିରୋଧରେ ୧୦୦କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିବା ଜଣା ପଡ଼ିଛି ।

The Indian Express

ମିଶା ସସ୍ତା ଲୋକପ୍ରିୟତା ପାଇଁ ମୋ ନାଁର ବ୍ୟବହାର କରିଥିଲେ । ସମସ୍ତଙ୍କ ପାଖରେ ପରିଚିତ ହେବା ପାଇଁ ସେ ମୋ ବିରୋଧରେ ଏଭଳି ମିଥ୍ୟା ଆରୋପ ଲାଗାଇଥିଲେ ବୋଲି ଅଲ୍ଲୀ ଜଫର କହିଛନ୍ତି । ସୂଚନା ମୁତାବକ, #metoo କ୍ୟାମ୍ପେନ୍‌ କରିବା ସମୟରେ ମିଶା ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଅଲ୍ଲୀ ଜଫରଙ୍କ ଫଟୋ ଅପ୍‌ଲୋଡ଼ କରି ଅଲ୍ଲୀ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ବୋଲି ଲେଖିଥିଲେ । ଦୁଇ ଜଣ ଏକା ସାଙ୍ଗରେ ସଙ୍ଗୀତ ପରିବେଶଣ କରୁଥିବା ବେଳେ ଅଲ୍ଲୀ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ବୋଲି ମିଶା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଅଲ୍ଲୀଙ୍କ ଚରିତ୍ରକୁ ନେଇ ତୀବ୍ର ନିନ୍ଦା କରାଯାଇଥିଲା ।

ସମ୍ବନ୍ଧିତ ଖବର