ମୁମ୍ବାଇ : ଗୋଟିଏ ଫିଲ୍ମର ସଫଳତା, ସେଥିରେ ଅଭିନୟ କରିଥିବା କଳାକାରଙ୍କ ଉପାର୍ଜନକୁ ମଧ୍ୟ ପ୍ରଭାବିତ କରିଥାଏ। ନିଜର ବଜାର ଦର ବଢ଼ାଇବାର ଏହା ଏକ ମଉକା। ‘ରାଜି’ର ସଫଳତା ପରେ ଆଲିୟା ଭଟ୍ଟ ଏହି ମଉକା ଛାଡ଼ିନାହାନ୍ତି। ନିଜର ଆଗାମୀ ଫିଲ୍ମ ପାଇଁ ସେ ପାରିଶ୍ରମିକ ବଢ଼ାଇଦେଇଛନ୍ତି। ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ସେ କାଗଜ-ପତ୍ରରେ ନେଉଥିଲେ ପାଞ୍ଚରୁ ସାତ ଲକ୍ଷ ଟଙ୍କା। ଆଗକୁ ଦଶ କୋଟିରୁ କମ୍ରେ ବୁଝାମଣା ନ କରିବାକୁ ବ୍ୟକ୍ତିଗତ ସ୍ତରରେ ନିଷ୍ପତ୍ତି ନେଇଛନ୍ତି।
/sambad/media/post_attachments/wp-content/uploads/2018/07/alia-bhatt-300x300.jpeg)
ସଂପ୍ରତି ଦଶ କୋଟି ଉପରେ ନେଉଥିବା ଅଭିନେତ୍ରୀ ତାଲିକାରେ ଅଛନ୍ତି ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା ଓ କଙ୍ଗନା ରାନାଓ୍ଵତ । ଏ ସମସ୍ତଙ୍କର ବୟସ ତିରିଶ ଉପରେ। ଆଲିୟା ଏମାନଙ୍କଠାରୁ ସାତ ସାନ। ତାଙ୍କ ବୟସ ମାତ୍ର ପଚିଶ। ଯଦି, ଆଲିୟା ଦଶ କୋଟି ପାଇବାରେ ସଫଳ ହୁଅନ୍ତି, ବୟସ ଦୃଷ୍ଟିରୁ ସେ ଏ କ୍ଷେତ୍ରରେ ହେବେ ବଲିଉଡ୍ର ପ୍ରଥମ ଅଭିନେତ୍ରୀ। ଅର୍ଥାତ୍, ତାଙ୍କ ପୂର୍ବରୁ ଏତେ କମ୍ ବୟସରେ କେହି ଏତେ ପାରିଶ୍ରମିକ ଦାବି କରି କେହି ପାଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/alia-.dawn_.com_.jpg)