ଜନ୍ମଦିନରେ ଜାଣିବା  ଆଲିଆଙ୍କ ପ୍ରେମ ବିଷୟରେ : ଏବେ କାହା ସହ ସେ ଅଛନ୍ତି ସଂପର୍କରେ  

ପ୍ରଯୋଜକ  ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ସୋନି ରାଜଦାନଙ୍କ ତନୟା ଆଲିଆ ଭଟ୍ଟ ଆଜି ୨୫ ବର୍ଷରେ ପାଦ ରଖିଛନ୍ତି । ଆଲିଆଙ୍କର ନାମ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଯାଏ, ଯେଉଁମାନେ ବହୁତ କମ ବୟସରେ ବଲିଉଡରେ ସଫଳତା ହାସଲ କରିଛନ୍ତି। ତେବେ ଆଲିଆ ଖୁବ୍‌ କମ ବୟସରେ ଅଭିନୟ ଜଗତରେ ପାଦ ରଖିଥିଲେ ମଧ୍ୟ ତାଙ୍କ ନାମକୁ ଅନେକ କଳାକାରଙ୍କ ସହିତ ଯୋଡ଼ା ଯାଇଛି । ତେବେ ଏ ନେଇ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଲିଆଙ୍କର ଆଜି ଅନେକ ଅଜଣା କଥା ଉପରୁ ପରଦା ଉଠିଛି । ଆସନ୍ତୁ ଜାଣିବା କ’ଣ ରହିଛି ସେ ଅଜଣା କଥା ।

ଆଲିଆ ଭଟ୍ଟ ୨୦୧୨ ମସିହାରେ ଧର୍ମା ପ୍ରଡ଼ୋକ୍ଟସନ ମାଧ୍ୟମରେ ତାଙ୍କ ଅଭିନୟ  କ୍ୟାରିୟର ଆରମ୍ଭ କରିଥିଲେ । ‘ଷ୍ଟୁଡ଼େଣ୍ଟସ୍‌ ଅଫ ଦି ଇୟର’ ଚଳଚ୍ଚିତ୍ରରେ ତାଙ୍କର ସହ-କଳାକର ଭାବେ ନଜର ଆସିଥିଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ ବରୁଣ ଧାଓ୍ଵନ।  ତେବେ ସେହି ଚଳଚ୍ଚିତ୍ର ପର ଠାରୁ ତାଙ୍କର ସିଦ୍ଧାର୍ଥଙ୍କ ସହିତ ରହିଥିବା ସଂପର୍କକୁ ନେଇ ମିଡ଼ିଆରେ ଅନେକ ଚର୍ଚ୍ଚା ହୋଇଥିଲା । ଏହାଛଡ଼ା ଦୁହିଁଙ୍କୁ ଅନେକ ସ୍ଥାନରେ ଏକା ସାଙ୍ଗରେ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏ ନେଇ ଦୁହିଁଙ୍କ ପକ୍ଷରୁ କେବେ କିଛି ଶୁଣିବାକୁ ମିଳିନାହିଁ ।

Bollywood Hungama

ସିଦ୍ଧାର୍ଥଙ୍କ ସହିତ ପ୍ରେମ ଓ  ବିଚ୍ଛେଦ ପରେ ଆଲିଆ ଏବଂ ରଣବୀର କପୁରଙ୍କ ବିବାହ ବିଷୟରେ ଖବର ଆସିଥିଲା । ତେବେ ଏହି ଖବରର ସତ୍ୟତାରେ ମୋହର ଲଗାଇଥିଲେ ଡ଼୍ରେସ ଡ଼ିଜାଇନର ମନୀଷ ମଲହୋତ୍ରା । ଏକ ରିଆଲିଟି ସୋ’ରେ ତାଙ୍କୁ ଯେତେବେଳେ ପଚରାଯାଇଥିଲା କି ବଲିଉଡରେ କାହା ମଧ୍ୟରେ ପ୍ରେମ ସଂପର୍କ ଥିବା ସତ୍ୟ,ସେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କର ନାମ ନେଇଥିଲେ  । ତେବେ ଏହି ଖବରର ସତ୍ୟତା ବିଷୟରେ ଆଲିଆ ଏବଂ ରଣବୀରଙ୍କୁ ପଚରାଯିବାରୁ ସେମାନେ ମନା କରିଥିଲେ ।

DNA India

ମିଡ଼ିଆ ରିପୋର୍ଟ ଅନୁଯାୟୀ , ବର୍ତ୍ତମାନ ଆଲିଆ ଶିଳ୍ପପତି କେଭିନ ମିତଲଙ୍କ ସହିତ ସଂପର୍କରେ ଅଛନ୍ତି । କେଭିନ ଶିଳ୍ପପତି ସୁନିଲ ମିତଲଙ୍କ ପୁତ୍ର । ଦୁହିଁଙ୍କର ସାକ୍ଷାତ ଅକ୍ଟୋବର ୨୦୧୭ ମସିହାରେ ଓ୍ଵାର୍ଲ୍ଡ ଇକୋନମିକ କନଫେରେନ୍ସ ସମୟରେ ହୋଇଥିଲା । ଆଲିଆ ତାଙ୍କ ଅଭିନୟର ୬ ବର୍ଷ ମଧ୍ୟରେ ବଲିଉଡ଼କୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି । ଆଲିଆଙ୍କର ଅଭିନୟ ଛଡ଼ା ‘ହାଇକ ମେସେଞ୍ଜର’ ନାମକ ନିଜର ଏକ ଆପ୍‌ କମ୍ପାନି ରହିଛି।

 

ସମ୍ବନ୍ଧିତ ଖବର