ସିଙ୍ଗ୍‌ଲ୍‌ ଅଛ କି? ପ୍ରଶ୍ନର ଉତ୍ତରରେ ‘ନା’ କହିଲେ ଆଲିଆ 

ମୁମ୍ବାଇ: ଅନେକ ଦିନ ହେବ ଋଷି କପୁରଙ୍କ ଷ୍ଟାର୍‌ ପୁଅ ରଣବୀର କପୁର୍‌ ଓ ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ଭଟ୍ଟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଅନୁମାନ କରାଯାଉଥିଲା। ସେ ଦୁହେଁ ସାଥୀ ହୋଇ ଅନେକ ପାର୍ଟି ଉତ୍ସବରେ ଯୋଗ ଦେବା ପର ପରସ୍ପରଙ୍କୁ ଡେଟିଂ କରୁଥିବାର ମଧ୍ୟ ଖବର ପ୍ରକାଶ ପାଇଥିଲା।

ଏପରିକି ନିକଟରେ ଏକ ସାକ୍ଷାତ୍‌କାରରେ ରଣବୀର କପୁର ଏକଥାକୁ ସ୍ୱୀକାର କରିଥିଲେ। ସେ ଆଲିଆଙ୍କୁ ଡେଟିଂ କରୁଛନ୍ତି ବୋଲି ଖୋଲାଖୋଲି ଭାବେ ଜଣାଇଥିଲେ। ଆଲିଆଙ୍କ ପାଇଁ ଜାଙ୍କ ଜୀବନରେ ସବୁକିଛି ଭଲ ଘଟୁଛି ବୋଲି ମଧ୍ୟ ସେ ଜଣାଇଥିଲେ। ଏବେ ଆଲିଆ ମଧ୍ୟ  ନେଇ ନିଜର ନୀରବତା ଭଙ୍ଗ କରିଛନ୍ତି। ଅବଶ୍ୟ ସେ ରଣବୀରଙ୍କୁ ପ୍ରେମ କରନ୍ତି ବୋଲି ଖୋଲା ଖୋଲି ଭାବେ କହିନାହାନ୍ତି। ମାତ୍ର ସେ ସିଙ୍ଗଲ୍‌ ଅଛନ୍ତି ବୋଲି ପଚରାଯିବାରୁ ସେ ‘ନା’ ବୋଲି କହିଛନ୍ତି।

ଏହି ଉତ୍ତରରୁ ତାଙ୍କର ଓ ରଣବୀରଙ୍କ ସଂପର୍କ ସଂପର୍କରେ ଅନୁମାନ ଲଗାଯାଉଛି। ନିକଟରେ ଆଲିଆ ରଣବୀରଙ୍କର ଅନେକ ଫଟୋରେ ଲଭ୍‌ ସିମ୍ବଲ୍‌ ଦେବା ସହ ଫଟୋ କ୍ରେଡିଟ୍‌ ଦେଇ ସୋସିଆଲ୍‌ ମିଡିଆରେ ନିଜ ଫଟୋ ସବୁ ଅପ୍‌ଲୋଡ୍‌ କରୁଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର