ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି। ସମୟ ସହିତ ନୂଆ ନୂଆ ରେକର୍ଡ ନିଜ ନାଁରେ କରି ଚାଲିଛନ୍ତିି ଆଲିଆ। ଅଭିନେତ୍ରୀ କିଛି ମାସ ମଧ୍ୟରେ ହଲିଉଡରେ ପାଦ ଦେବା ସହ ହଲିଉଡ ଅଭିନେତ୍ରୀଙ୍କୁ ଗାଲ ଗାଡୋଟଙ୍କ ସହ ସ୍କ୍ରିନ୍ ସେୟାର କରିବେ। କିନ୍ତୁ ହଲିଉଡରେ ନିଜର ଯାତ୍ରା ଆରମ୍ଭ ନକରି ବି ଏବେ ସେ ଅନେକ ହଲିଉଡ ଷ୍ଟାରଙ୍କୁ ପଛରେ ପକାଇଛନ୍ତି। ଇନଫ୍ଲୁଏନ୍ସର ମାର୍କେଟିଂ ହବର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ଗ୍ଲୋବାଲ୍ ସେଲିବ୍ରିଟି ଇନଫ୍ଲୁଏନ୍ସର ତାଲିକାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି।

Advertisment

ଏହି ତାଲିକାରେ ଅଭିନେତ୍ରୀ ହଲିଉଡ ତାରକା ଜେନିଫର ଲୋପେଜ, କ୍ରିସ ହେମସୱର୍ଥ ଏବଂ ରୋବର୍ଟ ଡାଓନି ଜୁନିଅରଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ଜେନଡୟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ପାଇଡରମ୍ୟାନ ଅଭିନେତା ଟମ୍ ହଲାଣ୍ଡ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ପଛକୁ ଡ୍ବାନ ଜନସନ ଏବଂ ଦକ୍ଷିଣ କୋରିଆର ରାପର ଜେ ହୋପ ଏବଂ ୱିଲ ସ୍ମିଥ ଅଛନ୍ତି। ବଲିଉଡରୁ ପ୍ରଥମ ଅଭିନେତ୍ରୀ ଭାବେ ଆଲିଆ ନିଜକୁ ଟପ୍ ୧୦ରେ ସାମିଲ କରିପାରିଛନ୍ତି। କେବଳ ଏତିକି ନୁହେଁ ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, ଶ୍ରଦ୍ଧା କପୁର ଏବଂ ରସ୍ମିକା ମନ୍ଦନା ମଧ୍ୟ ଏହି ତାଲିକାରେ ୧୩, ୧୪, ୧୮ ଏବଂ ୧୯ତମ ସ୍ଥାନରେ ରହିଛନ୍ତି।

ତେବେ ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କର ୬୪.୩ ନିୟୁତ ଫଲୋଓର୍ସ ଅଛନ୍ତି। କେବଳ ଭାରତରେ ନୁହେଁ, ଆନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ବ୍ୟବସାୟୀ ମଧ୍ୟ ଆଲିଆ ଭଟ୍ଟଙ୍କ ବଡ଼ ପ୍ରଶଂସକ ଅଟନ୍ତି।