କହିଲେ ଦେଖି ଏହି ଅଭିନେତ୍ରୀ ଜଣକ ଦୀପିକା ନା ଆଲିଆ? ରାଗି‌ଗଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରେଟିଙ୍କ ଏୟାର୍‌ପୋର୍ଟ ଲୁକ୍‌ ଭାଇରାଲ୍‌ ହେବା ଏକ ସାଧାରଣ କଥା। ନିକଟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏୟାର୍‌ପୋର୍ଟରେ ଯାଉଥିବା ବେଳେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓକୁ ନେଇ ପ୍ରଶଂସକ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରିଛନ୍ତି। ସେଥିରେ ସେ ଦୀପିକାଙ୍କ ପରି ଗେଟ୍‌ଅପ୍‌ରେ ଥିବାରୁ ତାଙ୍କୁ ପ୍ରଶଂସକମାନେ ଟ୍ରୋଲ୍‌ କରି ଭିନ୍ନ ଭିନ୍ନ କମେଣ୍ଟ୍‌ ସବୁ ଦେଇଛନ୍ତି।

ଆଲିଆ ଏକ ଧଳା ରଂଗର ଅଫ୍‌ ଡିପ୍‌ ନେକ୍‌ ଟପ୍‌ ପିନ୍ଧିଥିବା ବେଳେ ଗୁସିର ଏକ ଓଭର୍‌ ସାଇଜ୍‌ ଜ୍ୟାକେଟ୍‌ ପିନ୍ଧିଛନ୍ତି। ଏଥିସହିନ ନ୍ୟାଭିବ୍ଲୁ ରଂଗର ଏକ ଟ୍ରାଉଜର୍‌ ପିନ୍ଧିଛନ୍ତି। ଏହାବ୍ୟତୀୟ ଅବିକଳ ଦୀପିକାଙ୍କ ପରି ଏକ ସନ୍‌ ଗ୍ଲାସ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ମୁହଁରେ ମାସ୍କ ଲଗାଇ ବିମାନବନ୍ଦରରେ ଏକଦମ୍‌ ଦୀପିକାଙ୍କ ପରି ପରି ଦିଶୁଛନ୍ତି ଆଲିଆ।

 

 

View this post on Instagram

 

A post shared by Viral Bhayani (@viralbhayani)

ସେ ଦୀପିକାଙ୍କୁ ଏପରି ଭାବେ କାହିଁକି କପି କରୁଛନ୍ତି ବୋଲି କିଛି ବ୍ୟବହାରକାରୀ ଲେଖିଥିବା ବେଳେ ଆଉ କିଛି ବ୍ୟବହାରକାରୀ ଶସ୍ତା ଦୀପିକା ବୋଲି କମେଣ୍ଟ୍‌ କରିଛନ୍ତି।

କିଛି ବ୍ୟବହାରକାରୀ ତ ଅ‌ାଲିଆଙ୍କ ମାସ୍କ ଉପରେ ବି ଧ୍ୟାନ ଦେଇଛନ୍ତି। ଆଲିଆ ମାସ୍କ ଓଲଟା ଲଗାଇଛନ୍ତି ବୋଲି କମେଣ୍ଟ୍‌ ଦେଇଥିବାର ଦେଖିବାକୁ ମିଳିଛି।

ସେ ଯାହାବି ହେଉ, ଆଲିଆଙ୍କର ଏପରି ଦୀପିକା ଅବତାର୍‌କୁ ଆଦୌ ପସନ୍ଦ କରିନାହାନ୍ତି ପ୍ରଶଂସକ। ଆଲିଆଙ୍କୁ ଦୀପିକାଙ୍କ ଗେଟ୍‌ଅପରେ ଦେଖି ପ୍ରଶଂସକ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର