ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଚଳିତ ମାସର କେଉଁ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ, ସେ ନେଇ ଭିନ୍ନ ଭିନ୍ନ ତାରିଖ ସାମ୍ନାକୁ ଆସିଥିବା ବେଳେ ଏବେ ଆଲିଆଙ୍କ ବାପା ତଥା ପ୍ରଯୋଜକ-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଭାଇ ରବିନ ଭଟ୍ଟ ପ୍ରକୃତ ତାରିଖ ଜଣାଇଛନ୍ତି। ପୂର୍ବରୁ ଦୁହେଁ ଏପ୍ରିଲ ୧୭ରେ ବିବାହ ବନ୍ଧରେ ବାନ୍ଧି ହେବେ ବୋଲି କୁହାଯାଉଥିବା ବେଳେ ଏବେ ରବିନ ଭଟ୍ଟ କହିଛନ୍ତି ଯେ, ଦୁହେଁ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଓ ୧୩ରେ ମେହେନ୍ଦୀ କାର୍ଯ୍ୟକ୍ରମ ହେବ।
ଏହା ସହ ଦୁହିଁଙ୍କ ପରିବାର ବିବାହ ପାଇଁ ଉପଯୁକ୍ତ ସ୍ଥାନ ବାଛୁଥିବା ବେଳେ ଏବେ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର ‘ବାସ୍ତୁ’ରେ ବିବାହ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ସବୁ କାର୍ଯ୍ୟକ୍ରମ ‘ବାସ୍ତୁ’ରେ ହେବ।
ଅନ୍ୟପକ୍ଷରେ, ରଣବୀର-ଆଲିଆ ଏପ୍ରିଲ ୧୭ରେ ବିବାହ କରିବା ସହ ମାସ ଶେଷ ଆଡ଼କୁ ବିବାହ ଭୋଜି ଦେବେ। ଏହି ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ରଞ୍ଜନ, ରୋହିତ ଧୱନ, ଅଭିନେତା ବରୁଣ ଧୱନ, ଜୋୟା ଅଖତାରଙ୍କ ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।