ମୁମ୍ବାଇ: ରଣବୀର-ଆଲିଆଙ୍କ ବିବାହ ତାରିଖ ସାମ୍ନାକୁ ଆସିବା ସହ ଆସି ସାରିଛି ଅତିଥି ତାଲିକା। ବିବାହରେ ପୂର୍ବ ପ୍ରେମିକାଙ୍କ ସହ ବଲିଉଡର ଅନେକ କଳାକାର ଯୋଗ ଦେବେ ବୋଲି ଜଣାପଡ଼ିଛି। ଏପ୍ରିଲ ୧୩ରୁ ୧୭ପର୍ଯ୍ୟନ୍ତ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଥିବା ବେଳେ ଏବେ ବିବାହ ସ୍ଥାନ ବିଷୟରେ ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଲିଆ-ରଣବୀର ବିଦେଶରେ କି ବାହାର ରାଜ୍ୟରେ ନୁହେଁ, ବରଂ ରଣବୀରଙ୍କ ବାନ୍ଦ୍ରାରେ ଥିବା ଘରେ ବିିବାହ କରିବେ। ଦୁୁହିଁଙ୍କ ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଏଠାରେ ହେବ ବୋଲି କୁହାଯାଇଛି।
ସୂଚନା ମିଳିଛି ଯେ ଦୁହିଁଙ୍କ ପରିବାର ବିବାହ ପାଇଁ ଉପଯୁକ୍ତ ସ୍ଥାନ ବାଛୁଥିବା ବେଳେ ଏବେ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର 'ବାସ୍ତୁ'ରେ ବିବାହ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ସବୁ କାର୍ଯ୍ୟକ୍ରମ 'ବାସ୍ତୁ'ରେ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଖବର ମିଳିଥିଲା, ସେମାନଙ୍କ ବିବାହ କୌଣସି ବିଳାସପୂର୍ଣ୍ଣ ହୋଟେଲ୍ରେ ହେବନାହିଁ। ରଣବୀରଙ୍କ ପୈତୃକ ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରଣବୀର କପୁର ନିଜେ ତାଙ୍କ ବିବାହ ସ୍ଥାନ ଠିକ୍ କରିଛନ୍ତି ବୋଲି କୁହାଯାଇଥିଲା। ରଣବୀର କପୁରଙ୍କ ବାପା-ମା’ ଋଷି କପୁର ଏବଂ ନୀତୁ କପୁର ମଧ୍ୟ ୧୯୮୦ ଜାନୁଆରି ୨୦ରେ ଏହି ସମାନ ସ୍ଥାନରେ ବିବାହ କରିଥିଲେ।
/sambad/media/post_attachments/095f3d3b87370f890345076ef3d011e51618965f7d33d09d8dbff2225c68a7a6.jpg)
ଅନ୍ୟପକ୍ଷରେ, ରଣବୀର-ଆଲିଆ ଏପ୍ରିଲ ୧୭ରେ ବିବାହ କରିବା ସହ ମାସ ଶେଷ ଆଡ଼କୁ ବିବାହ ଭୋଜି ଦେବେ। ଏହି ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କାପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର ଭଳି ବଲିଉଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି।