ଆଲିଆଙ୍କଠାରୁ ଅଲଗା ହେବାର ୨ ବର୍ଷ ପରେ ଆସିଲା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବୟାନ: ଆମର ସଂପର୍କ ସାମାଜିକ ଥିଲା, କିନ୍ତୁ…
ମୁମ୍ବାଇ : ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ୩ କଳାକାର । ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ବରୁଣ ଧଓ୍ଵନ ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏହି ଫିଲ୍ମ ରିଲିଜ୍ ହେବା ପରେ ପରେ ଆଲିଆ ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୪ ବର୍ଷ ସାଥିରେ ରହିବା ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସେ ସମୟରେ ଦୁହେଁ ନିଜ ନିଜର ବ୍ରେକ୍ଅପ୍କୁ ନେଇ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । କିନ୍ତୁ ବ୍ରେକ୍ଅପ୍ର ଦୁଇ ବର୍ଷ ପରେ ଏବେ ସିଦ୍ଧାର୍ଥ ଆଲିଆଙ୍କ ସହ ବିଚ୍ଛେଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସିଦ୍ଧାର୍ଥ ‘କଫି ଉଇଥ୍ କରଣ’ରେ ପହଞ୍ଚିଥିବା ବେଳେ କରଣଙ୍କ ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ ଆଲିଆଙ୍କ ସହ ନିଜ ସଂପର୍କ ବିଷୟରେ କହିଥିଲେ । ସିଦ୍ଧାର୍ଥ କହିଥିଲେ,”ବ୍ରେକ୍ଅପ୍ ପରେ ଆମେ ଦୁହେଁ ଦେଖା ହୋଇ ନାହୁଁ । ଆମ ଦୁହିଁଙ୍କ ସଂପର୍କ ସାମାଜିକ ଥିଲା । କିନ୍ତୁ ମୋତେ ଲାଗୁ ନାହିଁ ଆମେ ଅଲଗା ହେବା ପରେ ଆମ ଦୁହିଁଙ୍କ ମଧ୍ୟରେ କୌଣସି ତିକ୍ତତା ଆସିଥିଲା । ମୁଁ ତାଙ୍କୁ ଡେଟ୍ କରିବା ବହୁତ ପୂର୍ବରୁ ଜାଣିଥିଲି। ଦୁଇ ଜଣ କ’ଣ ପାଇଁ ସାଥୀରେ ରହିବା ପାଇଁ ଚାହାନ୍ତି ନାହିଁ, ତା’ ପଛରେ ଅନେକ କାରଣ ରହିଥାଏ । ସେ ସମୟରେ ଅନେକ ସମସ୍ୟା ଥିଲା।”