ହସ୍ପିଟାଲରେ ଭର୍ତ୍ତି ହେଲେ ଅନ୍ତସ‌ତ୍ତ୍ବା ଆଲିଆ!

ମୁମ୍ବାଇ: କପୁର ପରିବାରରେ ଏହି ସମୟରେ ଖୁସିର ଲହରି ଖେଳି ଯାଇଛି। କାରଣ ଖବୁଶୀଘ୍ର ତାଙ୍କ ପରିବାରରେ ଜଣେ ନୂଆ ଅତିଥୀଙ୍କ ଆଗମନ ହେବ। ଆଲିଆ ଭଟ୍ଟ ଓ ରଣବୀର କପୁର ତାଙ୍କର ପ୍ରଥମ ସନ୍ତାନର ସ୍ବାଗତ ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଦୁହେଁ ହସ୍ପିଟାଲରେ ପହଞ୍ଚି ଯାଇଛନ୍ତି। ହସ୍ପିଟାଲ ବାହାରେ ରଣବୀର ଓ ଆଲିଆଙ୍କୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ସମସ୍ତଙ୍କୁ ଛୋଟ ଅତିଥୀର ଅପେକ୍ଷା ରହିଛି।

ଆଲିଆଙ୍କ ଡେଲିଭରି ଏଚଏନ ରିଲାଏନ୍ସ ହସ୍ପିଟାଲରେ ହେବାର ଅଛି। ତେବେ ରବିବାର ସକାଳେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ଏଚଏନ ରିଲାଏନ୍ସ ହସ୍ପିଟାଲକୁ ଯିବାର ଦେଖିବାକୁ ମିଳିଛି। ଡେଲିଭରି ମାସ ହୋଇ ଯାଇଥିବାରୁ ଆଲିଆ ଡେଲିଭରି ପାଇଁ ହିଁ  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଏକ ରିପୋର୍ଟରୁ ସୂଚନା ମିଳିଛି। ରଣବୀର ଓ ଆଲିଆ ଦୁହେଁ ସନ୍ତାନ ଆସିବା ପୂର୍ବର ଖୁସିକୁ ସ୍ମୃତି କରି ରଖିବାକୁ ଚାହୁଁଥିବାରୁ ଖୁବ ମଜାମସ୍ତି କରୁଛନ୍ତି।

ଚଳିତବର୍ଷ ଏପ୍ରିଲରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ଦୁହେଁ ସେମାନଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ଅନ୍ତସତ୍ତ୍ବା ଥିବା ସମୟରେ ଆଲିଆ ଖୁବ ସକ୍ରିୟ ରହିଥିଲେ। ସେ ଏଭଳି ଅବସ୍ଥାରେ ‘ବ୍ରହ୍ମାସ୍ତ୍ର’ ସିନେମାକୁ ଖବୁ ପ୍ରମୋଟ କରିଥିଲେ। ପ୍ରଂଶସକ ବି ଏହି ସିନେମାକୁ ପସନ୍ଦ କରିବା ସହିତ ହିଟ କରି ଦେଇଥିଲେ। ଏବେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଲିଆ ଓ ରଣବୀରଙ୍କ ଛୋଟ ଅତିଥୀର ପ୍ରଥମ ଝଲକ ପାଇବାର ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର