ଏହି କ୍ଷେତ୍ରରେ ସଲମାନ୍‌-ଶାହାରୁଖ୍‌ଙ୍କୁ ପଛରେ ପକାଇଲେ ଆଲିଆ ଭଟ୍ଟ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ଆଗଧାଡ଼ିର ନାୟିକାଙ୍କ ସୂଚୀରେ ନିଜ ନାଁ ଲେଖି ସାରିଛନ୍ତି । ଫିଲ୍ମଫେୟାର ଆଓ୍ଵାର୍ଡରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆଓ୍ଵାର୍ଡ ମିଳିବା ପରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି । ଗୋଟେ ପରେ ଗୋଟେ ବ୍ଲକ୍‌ବଷ୍ଟର ଫିଲ୍ମ ଦେଇ ସେ ଏବେ ବଲିଉଡ୍‌ର ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି । ଏମିତି କି ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଏବଂ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କୁ ମଧ୍ୟ ସେ ପଛରେ ପକାଇ ଦେଇଛନ୍ତି ।

Bollywood

ଏବେ ଇନ୍‌ଷ୍ଟାଗ୍ରାମ୍‌ରେ ଆଲିଆଙ୍କ ଫଲଓ୍ଵର୍ସ ସଂଖ୍ୟା ୩୦ମିଲିୟନରେ ପହଞ୍ଚିଥିବା ବେଳେ ସଲମାନ ଏବଂ ଶାହାରୁଖ୍‌ଙ୍କ ଫଲଓ୍ଵର୍ସ ସଂଖ୍ୟା ୨୧ ଏବଂ ୧୬ ମିଲିୟନ ଥିବା ଜଣା ପଡ଼ିଛି । ଏହି ଦୁଇ ଅଭିନେତାଙ୍କ ବ୍ୟତିତ ଆଲିଆ କ୍ୟାଟ୍ରିନାଙ୍କୁ ମଧ୍ୟ ପଛରେ ପକାଇଥିବା ଜଣା ପଡ଼ିଛି । ଇନ୍‌ଷ୍ଟାରେ କ୍ୟାଟ୍ରିନାଙ୍କ ଫଲଓ୍ଵର୍ସ ସଂଖ୍ୟା ୧୯ମିଲିୟନ ଥିବା ଜଣା ପଡ଼ିଛି । ତେବେ ଆଲିଆ ଏ ପର୍ଯ୍ୟନ୍ତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପଛରେ ପକାଇ ପାରି ନାହାନ୍ତି । ଏବେ ଦୀପିକାଙ୍କ ଇନ୍‌ଷ୍ଟାରେ ଫଲଓ୍ଵର୍ସ ସଂଖ୍ୟା ୩୩ମିଲିୟନ ରହିଛି । ଇନ୍‌ଷ୍ଟାରେ ଏତେ ଭଲ ପାଇବା ମିଳିବା ପରେ ଆଲିଆ ଏକ ଭିଡିଓ ଜାରି କରି ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ୍‌ ଜଣାଇଥିବା ଦେଖା ଯାଇଛି । ଭିଡିଓରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟରଠାରୁ ଆରମ୍ଭ କରି ଫିଲ୍ମ କଲଙ୍କ ପର୍ଯ୍ୟନ୍ତ ଥିବା ଯାତ୍ରା ଦୃଶ୍ୟ ଦେଖା ଯାଇଛି ।

ସମ୍ବନ୍ଧିତ ଖବର